ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଗେଶଟିଏ ଚର୍ଚ୍ଚା ଲାଗି ରହିଛି । ବିଜେଡି ଓ ବିଜେପି ମଧ୍ୟରେ ଭିତିରି ବୁଝାମଣା ରହିଥିବା ନେଇ ସବୁଆଡେ ଆଲୋଚନା । ତେବେ ଏହାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି ବିଜେଡି ଓ ବିଜେପି ମଧ୍ୟରେ କୌଣସି ଭିତିରି ବୁଝାମଣା ହୋଇ ନାହିଁ । ରାଜ୍ୟର ସ୍ୱାର୍ଥ ପାଇଁ ଖୋଲା ବୁଝାମଣା ହୋଇଥିବା ସେ କହିଛନ୍ତି । କଂଗ୍ରେସ ଆଣିଥିବା ଏହି ଅଭିଯୋଗକୁ ସେ କାଉଣ୍ଟଣ୍ଟର କରିଛନ୍ତି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ରାଜ୍ୟର ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ସମର୍ଥନ ମାଗିଥିଲେ । ରାଜ୍ୟର ସ୍ୱାର୍ଥ ପାଇଁ ନବୀନ ମଧ୍ୟ ମାନି ନେଇଥିବା ସେ କହିଛନ୍ତିି । ସୂୂଚନାଯୋଗ୍ୟ ବିଧାନସଭାରେ ବିଜେଡିର ଅଧିକ ବିଧାୟକ ଥିଲେ ମଧ୍ୟ ବିଜେଡି ଏଥର ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ସୂଚନା ଦେଇଥିଲା ।
ଯାହାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ବିଜେଡି ବିଜେପି ଏକ ହୋଇଥିବା ଅଭିଯୋଗ ଆଣିଥିଲା କଂଗ୍ରେସ । ଏମିତି ବି କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ କି ବିଜେପି ଘୋଷଣା କରିଥିବା ରାଜ୍ୟସଭା ପାର୍ଥୀ ଅଶ୍ୱିନୀ ବୈଷ୍ଣବ ଜଣେ ଖଣି ଦୁର୍ନୀତି ମାଲିକ ବୋଲି ସେ ଅଭିଯୋଗ କରିଥିଲେ । ଏହାକୁ ନେଇ ବିଜେପି ନେତା ଦାମ ରାଉତ କହିଥିଲେ କି ଜଣେ ଖଣି ମାଲିକ ହେଲେ କଣ ରାଜ୍ୟସଭା ଯାଇ ପାରିବେ କି ନାହିଁ ପ୍ରଶ୍ନ କରିଛନ୍ତି ।