ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ଏବଂ ଓଡିଆବାସୀଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ମାରାତ୍ମକ ଭାଇରସ କରୋନା ମୁକାବିଲା ପାଇଁ ଏବେ ରାଜ୍ୟ ଏବଂ କେନ୍ଦ୍ର ସରକାର ଲାଗି ପଡିଥିବା ବେଳେ ଅନେକ ପଦକ୍ଷେପ ମାନ ଉଠାଉଛନ୍ତି ।
ଇତିମଧ୍ୟ ଧମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି କି,ଓଡିଶା ସରକାର ତଥା ବିଶେଷ ଭାବରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିନମ୍ର ଅନୁରୋଧ ରାଜ୍ୟରେ ଭାରତର ସରକାରଙ୍କ ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅନନ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ତୁରନ୍ତ ଲାଗୁ କରନ୍ତୁ ।
ପୂର୍ବରୁ ଏହି ଯୋଜନାକୁ ରାଜ୍ୟରେ ଲାଗି କରିବା ପାଇଁ କୁହାଯାଇଥିବା ସତ୍ୱେ ଏହାକୁ ରାଜ୍ୟରେ ଲାଗୁ କରାଯାଇ ନଥିଲା । କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ରାଜ୍ୟରେ ଲାଗୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।
ଆୟୁଷ୍ମାନ ଯୋଜନା ଅନୁଯାୟୀ ପଛୁଆ ବର୍ଗର ଲୋକଙ୍କୁ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ।