କଟକ ( ଏଟିଆର ବ୍ୟୁରୋ): କଟକ ଏସିବି ବଡ ମେଡିକାଲରେ ଜଣେ ରୋଗୀଙ୍କ ଦେହରେ ଜଣେ ମୃତ ଯୁବତୀଙ୍କ କଡନୀ ପ୍ରତିରୋପଣ କରାଯାଇଛି । ଭୁବନେଶ୍ୱରର ଜଣେ ମୃତ ଯୁବତୀଙ୍କ ଠାରୁ କିଡନୀ ଆସି କଟକ ଏସିବିରେ ଜଣେ ବ୍ୟକ୍ତିଙ୍କ ଠାରେ ପ୍ରତିରୋପଣ କରାଯାଇଛି । ପ୍ରଥମ ଥର କରି ଏସିବିରେ ରୋଗୀଙ୍କ ଠାରେ ମୃତ ବ୍ୟକ୍ତଙ୍କ କିଡନୀ ପ୍ରତିରୋପଣ କରାଯାଇଛି । ସୂଚନା ଅନୁସାରେ ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କା ପାତ୍ର ନାମକ ଜଣେ ଯୁବତୀଙ୍କ ସଡକ ଦୁର୍ଘଟଣାରେ ଆପଲରେ ଚିକିତ୍ସିତ ହେଉଥିଲେ ।
ଗତକାଲି ଚିକିତ୍ସିତ ହେବା ଅବସ୍ଥାରେ ବ୍ରେନ ଡେଡ ହୋଇ ଯାଇଥିଲା । ଏନେଇ ଡାକ୍ତର ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଯୁବତୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାରୁ ରାଜି ହୋଇଥିଲେ । ଏନେଇ ଡାକ୍ତରୀ ଦଳ ପ୍ରକିୟା ଆରମ୍ଭ କରିଥିଲେ । ସମସ୍ତ ଆଇନଗତ ପକ୍ରିୟା ଜରୁରୀ କାଳିନ ଭାବେ ଶେଷ ହେବା ପରେ ଯୁବତୀଙ୍କ କଡନୀ କଢାଯାଇ ଏସ୍ସିବି ମେଡିକାଲ କଲେଜ ହସପିଟାଲର କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ୟୁନିଟରେ ଏହାକୁ ପ୍ରତିରୋପଣ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଦୀର୍ଘ ସାଢ଼େତିନିଘଣ୍ଟାରେ ଅପରେସନ୍ ପରେ କିଡନୀ ପ୍ରତିରୋପଣ ଶେଷ ହୋଇଥିଲା। ଯଦି ଏହା ସଫଳଭାବେ କାର୍ଯ୍ୟକରେ ତେବେ ଏହା ଏସିବି ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିବ ।