ଖୋର୍ଦ୍ଧା (ଏଟିଆର ବ୍ୟୁରୋ ) ; ରାସ୍ତାକଡରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଖୋର୍ଦ୍ଧା – ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଟିକାତାଳ ରାସ୍ତାକଡରୁ ଆଜି ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଅନ୍ୟପଟେ ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବାର ପୋଲିସ ସନ୍ଦେହ କରୁଛି । ଯୁବତୀଙ୍କୁ ଅନ୍ୟ କେଉଁଠି ହତ୍ୟା କରାଯାଇ ଏଠାରେ ଫିଙ୍ଗା ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ତେବେ ଯୁବତୀଙ୍କ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଘଟଣାସ୍ଥଳରେ ଖୋର୍ଦ୍ଧା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରିଖିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ତେଜନା ଦେଖାଦେଇଛି । ଲୋକମାନେ ରାସ୍ଥା ଅବରୋଧ କରିବା ଯୋଗୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ତେବେ ସ୍ଥାନୀୟ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ରାସ୍ତାରୋକ ରୁ ହଟିଯାଇଛନ୍ତି । ସେପଟେ ଯୁବତୀଙ୍କ ମୃତ୍ୟୁର କାରଣ ଓ ହତ୍ୟାକାରୀଙ୍କୁ ଧରିବା ଲାଗି ପୋଲିସ ଉଦ୍ୟମ ଚଳାଇଛି ।