ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନୂଆ ମଟର ଜାନ ନିୟମ ଲାଗୁ ହେବା ଦିନଠାରୁ ବହୁ ବାଦ ବିବାଦ ଦେଖିବାକୁ ମିଳିଛି । ସାମନ୍ୟ ଗାଡି କାଗଜ ପତ୍ର ପାଇଁ ଲୋକ ମାନେ ମୋଟା ଆଙ୍କର ତଣ୍ଡ ଗଣୁଥିଲେ । ଏହାକୁ ନଜରରେ ରଖି ରାଜ୍ୟ ସରକାର ୩ମାସ ମଟର ଜାନ ଆଇନକୁ କୋହଲ କରିବା ପାଇଁ ନିଷ୍ପତି ନେଇଥିଲେ । ଏହା ସହ ଲୋକ ମାନେ କିଭଲି କଗଜ ପତ୍ର ତିଆରି କରିବେ ସେଥିପାଇଁ ଆଟିଓ ଅଫିସ ଗୁଡିକ ଶନିବାର ଓ ରବିବାର ଦିନବି ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶକୁ ଖୁଲ ଖୁଲା ବେଖାରି କରିଛି ରାଜଧାନୀ ଆଚାର୍ଯ୍ୟ ବିହାର ସ୍ଥିତ ଆରଟିଓ ଅଫିସ ।
ଆଜି ସକାଳେ ଲୋକ ମାନେ ଗାଡି କାଗକ ପତ୍ର ତିଆରି କରିବା ପାଇଁ ଆରଟିଓ ଅଫିସ ଯାଇ ଥିଲେ ହେଲେ ସେଠାରେ ଅଫିସ ବନ୍ଦ ଥିବାର ଦେଖିବାକୁ ପାଇଥିଲେ । ଏହା ପରେ ଲୋକ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଅନ୍ୟ ପଟେ ଆରଟିଓ ପ୍ରତିକ୍ରିୟା ରଖିଛନ୍ତି ଯେ ଦ୍ୱିତୀୟ ଶନିବାର ପଡିଥିବାରୁ ଅଫିସ ବନ୍ଦ ଅଛି । ବିଏମସି କ୍ୟାମ୍ପ ଓ ଓଏସଆରଟିସି ଅଫିସରେ ଗାଡି କାଗଜ ପତ୍ର ଲୋକ ମାନେ କରାଇପାରିବେ । ଅଫିସ ବନ୍ଦକୁ ନେଇ ଗାଡି କାଗଜ ପତ୍ର ତିଆରି କରିବା ପାଇଁ ଆସି ଥିବା ଲୋକ ମାନେ ଅଶନ୍ତୋଷ ପ୍ରକାଶ କରିଛନ୍ତି ।