ଉତ୍ତରପ୍ରଦେଶ(ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲେ କରୋନା ସଂକ୍ରମିତ । ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଯୋଗୀ ଆଦିତ୍ୟନାଥ କହିଛନ୍ତି ମୋର କରୋନାର କିଛି ଲକ୍ଷଣ ଦେଖାଦେବାରୁ ମୁଁ କୋଭିଡ ଟେଷ୍ଟ ପରୀକ୍ଷା କରାଇବାରୁ କୋର ରିପୋର୍ଟ ପଜିଟିଭ ଆସିଥିଲା । ମୁଁ ବର୍ତ୍ତମାନ ସଙ୍ଗରୋଧରେ ଅଛି ।
ମୁଁ ଏକାନ୍ତରେ ରହିବା ସହ ଡାକ୍ତରଙ୍କ ପରାମର୍ଶ ମାନି ଚଳୁଛି । ଏବେ ସମସ୍ତ କାର୍ଯ୍ୟ ‘ଭର୍ଚ୍ୟୁଆଲ’ ଜରିଆରେ କରୁଛି । ଗତ କିଛି ଦିନ ମଧ୍ୟରେ ଯେଉଁମାନେ ମୋ ସମ୍ପର୍କରେ ଆସିଥିଲେ ସେମାନେ ସମସ୍ତେ ନିଜ ନିଜ କରୋନା ପରୀକ୍ଷା କରାଇବା ସହ ସଙ୍ଗରୋଧରେ ରହିବାକୁ କହିଛନ୍ତି ।
ଏହା ବ୍ୟତିରେକେ, ଆହ୍ଲାବାଦ ହାଇକୋର୍ଟ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି ଯେ, ଅଧିକ କୋଭିଡ୍-୧୯ ସଂକ୍ରମଣ ଅଞ୍ଚଳରେ ଦୁଇରୁ ତିନି ସପ୍ତାହ ଲାଗି ସମ୍ପୂର୍ଣ୍ଣ ଲକ୍ଡାଉନ୍ ଭଳି ବ୍ୟବସ୍ଥା ପାଇଁ ବିଚାର କରନ୍ତୁ।