ୱାଶିଂଟନ(ଏଟିଆର ବ୍ୟୁରୋ): ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜଳବାୟୁ ସମ୍ମିଳନୀ ନେଇ ବିଭିନ୍ନ ଦେଶର ୪୦ ଜଣ ନେତାଙ୍କୁ ମୋଦି ମଧ୍ୟ ରହିଛନ୍ତ । ଏହି ସମ୍ମୀଳନୀରେ ମୋଦୀଙ୍କ ସମେତ ବିଶ୍ୱର ୪୦ ଜଣ ନେତାଙ୍କୁ ବାଇଡେନ ଆମନ୍ତ୍ରଣ କରିଛନ୍ତି ବୋଲି ସେ ହ୍ୱାଇଟ୍ ହାଉସରେ ସୂଚନା ଦେଇଛନ୍ତି । ଏପ୍ରିଲ ୨୨-୨୩ ଦୁଇ ଦିନ ଧରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ମିଳନୀ ଆୟୋଜନ ହେବ।
ଏହି ସମ୍ମିଳନୀ ପାଇଁ ମୋଦିଙ୍କ ବ୍ୟତୀତ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା, ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ସାଉଦି ଆରବ ରାଜା ସଲମାନ ବିନ୍ ଅବଦୁଲାଜିଜ ଅଲ ସାଉଦ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରମୁଖ ରହିଛନ୍ତି।
ସେହିପରି ଲୋକମାନେ ଯେଭଳି ଭାବେ ଏହି କାର୍ଯ୍ୟକ୍ରମକୁ ଦେଖି ପାରିବେ । ସେଥିପାଇଁ ଏଥିପାଇଁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଗ୍ଲାସଗୋରେ ମିଳିତ ଜାତିସଂଘର କ୍ଲାଇମେଟ୍ ଚେଞ୍ଜ କନଫରେନ୍ସ ଅନୁଷ୍ଠିତ ହେବ।