ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆମେରିକା ସୁପ୍ରିମକୋର୍ଟ ପକ୍ଷରୁ ଡ଼ୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛି ।ପେନସେଲଭିଆ ନିର୍ବାଚନ ଫଳାଫଳ କୁ ନେଇ ରାଜ୍ୟରେ ଟ୍ରମ୍ପଙ୍କ ଦ୍ୱରା କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।
ନଭେମ୍ବର ୩ ତାରିଖରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ କୁ ମାସେ ପୁରିଯାଇଥିଲେ ବି ଜୋ ବିଡ଼େନଙ୍କୁ ନୂତନ ରାଷ୍ଟ୍ରପତି ଭାବେ ସ୍ୱୀକାର କରିପାରୁ ନାହାଁନ୍ତି ଟ୍ରମ୍ପ । ଯାହା ପରେ ଟ୍ରମ୍ପ ଓ ତାଙ୍କ ସମର୍ଥକ ମାନେ ରାଜ୍ୟ ଗୁଡ଼ିକରେ ଅନେକ ମାମାଲା ମଧ୍ୟ ଦାଏର କରିଥିଲେ । କିନ୍ତୁ ଏହାକୁ ଅଦାଲତ ଖାରଜ କରିଦେଇଥିଲେ ।
ଟ୍ରମ୍ପ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ବାଇଡେନଙ୍କୁ ସ୍ୱୀକାର କରୁ ନଥିବା ବେଳେ ଏହି ନିର୍ବାଚନକୁ ସେ ଠକାମି ବୋଲି କହିଥିଲେ । ଏପରିକି ସେ ନିଜର ବିଜୟ ଆଶାକୁ ଛାଡ଼ି ନାହାନ୍ତି ବୋଲି କହିଛନ୍ତି ।
ଏଥିସହିତ ସେ ଜର୍ଜିଆରେ ପୋଷ୍ଟ ରାଲି ସମୟରେ ଟ୍ରମ୍ପ ଦାବି କରିଛନ୍ତି ଯେ,
“ଆମେ ନିର୍ବାଚନ ଜିତିଥିଲୁ ଆଉ ଏବେ ମଧ୍ୟ ଜିତିବୁ” ।