ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଏହି କରୋନା ମହାମାରୀ ପବନ ଦ୍ୱାରା ବ୍ୟାପୁଥିବାର ସଂକ୍ରମଣର ହାର ଅଧ୍ଚଳ ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏନେଇ ଲୋକମାନଙ୍କ ଚିନ୍ତା ମଧ୍ୟ ବଢିବାରେ ଲାଗିଛି । ତେବେ ଏଥିରୁ ବଞ୍ଚିତ ହେବା ପାଇଁ ସଂକ୍ରମଣ ରୋଗର ବିଶେଷଜ୍ଞ ଡା ଫହୀମ ୟୁନିସ୍ କହିଛନ୍ତି ।
ଡାକ୍ତର ଫାହିମ ଟ୍ୱିଟ କରି ଲୋକମାନଙ୍କୁ ସଚେତନ କରାଇଛନ୍ତି । ଏବଂ ସେ କହିଛନ୍ତି ବାୟୁ ସାହାର୍ଯ୍ୟରେ ବ୍ୟାପୁଥିବା କରୋନା ଭାଇରସଠାରୁ ଦୁରରେ ରହିବା ପାଇଁ ଏନ୯୫ ମାସ୍କ ପିନ୍ଧିବା ଆବଶ୍ୟକ ରହିଛି । ଆପଣ ଗୋଟିଏ ଦିନରେ ଗୋଟେ ମାସ୍କ ବ୍ୟବହାର କରିପାରିବେ । ଏବଂ ଅନ୍ୟଟିକୁ କାଗଜ ବ୍ୟାଗରେ ରଖିପାରିବେ ।
ପ୍ରତି ୨୪ ଘଣ୍ଟାରେ ମାସ୍କ ବଦଳାନ୍ତୁ । ଯଦି ମାସ୍କଟି ନଷ୍ଟ ହୋଇନଥାଏ ତେବେ ତାକୁ ପୁଣି ଥରେ ବ୍ୟବହାର କରନ୍ତୁ ବୋଲି କହିଛନ୍ତି ଏବଂ ଯଥାସମ୍ଭବ କପଡା ମାସ୍କ ବ୍ୟବହାର ନକରି ା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଭୂତାଣୁ ବାୟୁ ଦ୍ୱାରା ବ୍ୟାପୁଥି ବାରୁ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଅତି ସହଜରେ ସଂକ୍ରମିତ ହେଉଛି । ଫଳରେ ସାଧାରଣ ଜନସ୍ୱାସ୍ଥ୍ୟ ପଦକ୍ଷେପ ଦ୍ୱାରା ଏହାକୁ ନିୟନ୍ତ୍ରଣ କରିବା ସମ୍ଭବପର ହୋଇ ନ ଥାଏ।