ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୮୬ତମ ଉତ୍କଳ ଦିବସ ପାଳନ କରୁଛି ଓଡିଶା । ବ୍ରିଟିଶ୍ ଶାସନ କାଳରେ ସ୍ୱତନ୍ତ୍ର ରାଜ୍ୟ ଭାବେ ରାଜ୍ୟ ଭାବେ ଏପ୍ରିଲ୍ ୧ରେ ନବଗଠିତ ହୋଇଥିଲା ଓଡ଼ିଷା । ଏହି ସ୍ମୃତିକୁ ଉଜ୍ଜୀବତ କରିବା ଲାଗି ପ୍ରତିବର୍ଷ ଏପ୍ରିଲ୍ ୧ରେ ପାଳନ ହେଉଛି ଉତ୍କଳ ଦିବସ । ରାଜ୍ୟ ସରକାର କୋଭିଡ କଟକଣା ଭିତରେ ଉତ୍କଳ ଦିବସ ପାଳନ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ।
ଗତ ବର୍ଷ ରାଜ୍ୟ ସରକାର ବହୁ ବର୍ଷର ପ୍ରତିଶ୍ରୁତିକୁ ସାକାର କହି ‘ବନ୍ଦେ ଉତ୍କଳ ଜନନୀକୁ..’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି।ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେଉଛି ଓଡ଼ିଶା । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା ।
ସେହିପରି ୧୯୯୨ ମସିହାରେ ୧୩ ଟି ଜିଲ୍ଲାକୁ ବିଭାଜନ କରି ୩୦ ଟି ଜିଲ୍ଲାରେ ପରିଣତ କରାଗଲ । ପ୍ରତି ବର୍ଷ ଏପ୍ରିଲ ୧ ତାରିଖକୁ ଓଡିଶା ଦିବସ ଭାବେ ପାଳନ କରାଯାଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରି କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ ।
ଉତ୍କଳ ଗୌରବ ଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା ।