ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଠାରୁ ଆରମ୍ଭ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ସଜେଇ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରବେଶପଥ ଠାରୁ ଆରମ୍ଭ କରି ପାଠାଗାରା ଯାଏଁ ଲାଇଟ ଓ ପିପିଲି ଚାନ୍ଦୁଆରେ ସଜା ଯାଇଛି । ଏହି ଉତ୍ସବ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତ ୨୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ।
ଏହି ୫ ଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବୃକ୍ଷରୋପଣ ,ରକ୍ତଦାନ, ପୂର୍ବତନ ଛାତ୍ର ମାନଙ୍କ ମିଳନ ଓ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ବ୍ୟବସ୍ଥା ରହିଛି । ଆଜି ର ଉଦଘାଟନ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ଆଜି ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଦି ପାଥ ଆହେଡ ଉପରେ ଆଇପିଏସ ସତ୍ୟଜିତ ମହାନ୍ତି ଓ ବିଜୟ ସାହୁ ବକ୍ତବ୍ୟ ପ୍ରଦାନ କରିବେ ।