ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ହେବ ପ୍ଲାଷ୍ଟିକ ମୁକ୍ତ । କ୍ୟାମ୍ପସରେ ଛାତ୍ରଛାତୀ, କର୍ମଚାରୀ ଓ ଦୋକାନୀ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କରିବେ ନାହିଁ । ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ରସଂଘ ଓ ବିଏମ୍ସିର ମିଳିତ ହୋଇ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଏହି ଅଭିଯାନ ଉଦଘାଟନ ହୋଇଛି ।
ପୁର୍ବତନ ମୁଖ୍ୟ ଶାସନ ସଚିବ ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ରସଂଘର ସଭାପତି ବିଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ହୋଇ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । କ୍ୟାମ୍ପସ୍ର ସମସ୍ତ ଦୋକାନ, ହଷ୍ଟେଲ ଅନ୍ତେବାସୀ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସଚେତନ କରାଯାଇଛି।
ଗୋବିନ୍ଦ ସାହୁ, ଅଳକା ଓ କେନ୍ଦ୍ରୀୟ ମାର୍କେଟ୍ ଦୋକାନୀ ଗ୍ରାହକଙ୍କୁ ପଲିଥିନ୍ରେ ଜିନିଷ ବିକ୍ରୟ ନକରିବାକୁ ସଚେତନ କରାଯାଇଛି।ଏହି ଅବସରରେ ବିଏମ୍ସି ପକ୍ଷରୁ କ୍ୟାମ୍ପସ୍ ସଫେଇ କରାଯିବା ସହିତ ବିଭିନ୍ନ ସ୍ଥାନରେ ୧୦ଟି ଡଷ୍ଟବିନ୍ ରଖାଯାଇଛି।
ଛାତ୍ରଛାତ୍ରୀ ପ୍ଲାଷ୍ଟିକ୍ ପାଣି ବୋତଲ, ବ୍ୟାଗ୍, କପ୍ ଏବଂ ଜଗ୍ ଆଦି ବର୍ଜନ କରିବେ। କ୍ୟାମ୍ପସ୍ର ଗାନ୍ଧୀମୂର୍ତ୍ତି ପାଖରୁ ଛାତ୍ରଛାତ୍ରୀ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ଯାଇ କ୍ୟାମ୍ପସ୍ ସଫେଇ ସହ ପରିସରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ନିମନ୍ତେ ଶପଥ ନେଇଛନ୍ତି।