ଡେରାଡୁନ(ଏଟିଆର ବ୍ୟୁରୋ): କରୋନା ମହାକାରୀକୁ ନେଇ ଆସିଛି ଆଉ ଏକ ଖବର । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ହେଲେ କରୋନା ପଜିଟିଭ ।ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ତୀରଥ ସିଂ ଟ୍ୱିଟ କରି ଲେଖିଛନ୍ତି କୋର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ମୋର ସ୍ୱାସ୍ଥ୍ୟ ଭଲ ଅଛି ।ଡାକ୍ତରଙ୍କ ପରାମର୍ଶକ୍ରମେ ସେ ନିଜକୁ ହୋମ ଆଇସୋଲେସନରେ କରିଛନ୍ତି । ଯେଉଁ ବ୍ୟକ୍ତିମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ସତର୍କ ରହିବା ସହିତ ନିଜର କରୋନା ଯାଞ୍ଚ କରନ୍ତୁ ବୋଲି କହିଛନ୍ତି ।
ଅନ୍ୟପଟେ ଉତ୍ତରାଖଣ୍ଡରେ କରୋନା ସଂକ୍ରମଣ ବଢୁଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୩୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମଣର ଶିକାର ହୋଇଥିବାରୁ ଚିନ୍ତା ବଢିବାରେ ଲାଗିଛି ।