ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଗତକାଲି ଠାରୁ କରୋନା ଟିକାକରଣ ର ଶୁଭାରମ୍ଭ ହୋଇଥିବା ବେଳେ ଆଜି ରବିବାର ହୋଇଥିବାରୁ ଟିକାକରଣ ବନ୍ଦ ରହିଛି । ତେବେ ଆସନ୍ତାକାଲିଠାରୁ ପୁଣି ଟିକାକରଣ ହେବ ବୋଲି ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସରକାରୀ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣର ବ୍ୟବସ୍ଥା କରାଯିବ । ପ୍ରତି କେନ୍ଦ୍ରରେ ୨୦୦ ଟି କରୋନା ଟିକାକରଣ ପ୍ରଦାନ କରାଯିବ ।ପ୍ରତି ଟିମରେ ୫ ଜଣ ବଦଳରେ ୬ ଜଣ ଭ୍ୟାକ୍ସିନ ଇନଚାର୍ଜରେ ରହିବେ । ରାଜ୍ୟରେ ୮୫ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ୧୩ ହଜାର ୯୮୦ ଜଣ ଟିକା ନେଇଛନ୍ତି ।
ଢେଙ୍କାନାଳ , କଟକ, ଓ ଗଜପତି ଜିଲ୍ଲାରେ କିଛି ଲୋକଙ୍କ ମଧ୍ୟରେ ପାଶ୍ୱର୍ ପ୍ରତକ୍ରିୟା ଦେଖା ଦେଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତା ୨୫ ସୁଦ୍ଧା ଡାଟାବେସ ପ୍ରସ୍ତୁତି ଶେଷ ହେବ ।