ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ୩ ଟି ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ୧୫୦୦ ଟି କେନ୍ଦ୍ରରେ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ଟିକାକରଣ ବନ୍ଦ ରହିଛି । ସେହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଝାରସୁଗୁଡା,ନୂଆପଡା,କୋରାପୁଟ, ରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ଟିକାକରଣ । ଏପେଇ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦେଇଛନ୍ତି ବିଜୟ ପାଣିଗ୍ରାହୀ ।
ସେହିପରି ୧୦ ଟି ଜିଲ୍ଲାର ସହରାଞ୍ଚଳ ରେ ସପ୍ତାହନ୍ତ ସଟଡାଉଡନ ହୋଇଥିବା ନେଇ ଟିକାକରଣ ବନ୍ଦ ରହିଛି । ଯେତିକି ଟିକା ଅଛି ତାହା ଦ୍ୱାରା ୨ ରୁ ୩ ଦିନ ଟିକାକରଣ ହୋଇ ପାରିବ । ରାଜ୍ୟରେ ୩.୬ଲକ୍ଷ କୋଭିସିଲ୍ଡ ରହିଥିବାବେଳେ ୨.୩ ଲକ୍ଷ କୋଭାକ୍ସିନ ରହିଛି । ଏହି ଟିକାର ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ବିଜୟ ପାଣିଗ୍ରାହୀ କହିଛନ୍ତି ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ମାସ୍କ ପିନ୍ଧନ୍ତୁ ,ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ବ୍ୟବହାର କରନ୍ତୁ । ଏବଂ ସରକାରଙ୍କ ନିୟମ ମାନି ଚଳିବା ପାଇଁ ଲୋକମାନଙ୍କୁ ଅପିଲ କରିଛନ୍ତି ।