ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସମସ୍ତ କାର୍ଯ୍ୟାଳୟରେ ଟୀକାକରଣ କରିବାକୁ ଅନୁମତି ଦେବାକୁ ଯାଉଛନ୍ତି । ଏଣିକି ସରକାରୀ,ବେସରକାରୀ ହସ୍ପିଟାଲା ପରେ ବର୍ତ୍ତମାନ ସମସ୍ତ କାର୍ଯ୍ୟାଳୟରେ କରୋନା ଟିକା ଦିଆଯିବ । ଏଥିପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି ।
ଆସନ୍ତା ୧୧ ତାରିଖରୁ ସମସ୍ତ ସରକାରୀ କାର୍ଯ୍ୟାଳ୍ରୟରେ ସମସ୍ତ କର୍ମଚାରୀଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଯଦି କୈାଣସି ବେସରକାରୀ କିମ୍ବା ସର୍ବଜନୀନ ଅନୁଷ୍ଠାନରେ ୧୦୦ଜଣ ଇଚ୍ଛୁକ ହିତାଧିକାରୀ ଅଛନ୍ତି ତେବେ କର୍ମକ୍ଷେତ୍ରକୁ ଏକ କୋଭିଡ ଟିକାକରଶ କେନ୍ଦ୍ର କରାଯିବ । ଏହି ଅଭିଯାନରେ ସହଯୋଗ କରିବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଆବଶ୍ୟକ ପଡିଲେ ଗୋଟେ ଦିନରେ ୧୦୦ ଜଣ କର୍ମଚାରୀ ଏକାସଙ୍ଗେ ଟିକା ନେଇପାରିବେ । ପ୍ରାଥମିତ ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଲିଷ୍ଟ କରି ଆପରେ ଅପଲୋଡ କରି ରେଜିଷ୍ଟ୍ରେସନ କରିବାକୁ ପଡିବ । ଏଥିପାଇଁ ସମସ୍ତ ଅଫିସରେ ନୋଡାଲ ଅଫିସର ନିଯୁକ୍ତି ହେବେ । ଅନସ୍ପଷ୍ଟ ସେମାନଙ୍କର ଅନଲାଇନ ରେଜିଷ୍ଟ୍ରେସନ କରିବାର ବ୍ୟବସ୍ଥା କରାଯିବ ।