ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ପୁଣି ରାଜ୍ୟରେ ହେବ ଟିକାକରଣ । କେବଳ ଭୁବନେଶ୍ୱରରେ ହେବ ଟିକାକରଣ ।ରାଜ୍ୟରେ ମୋଟ ୩ ଲକ୍ଷ ୫୦ ହଜାର ୭୨୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ସୋମବାରଠାରୁ ଏବେ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୭୭ ହଜାର ୯୦ ଜଣ କରୋନା ଟିକା ନେଇଛନ୍ତି ।
ଆସନ୍ତାକାଲିଠାରୁ ଅନ୍ୟ ରାଜ୍ୟମାନଙ୍କରେ କରୋନା ଟିକା ପ୍ରଦାନ କରାଯିବ ବୋଲି କୁହାଯାଇଛି । ବାକି ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯିବ । ଫେବ୍ରୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ଟିକାକରଣ ହେବ ବୋଲି କୁହାଯାଇଛି ।
ସେହିପରି ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଟିକା ନେଇ ନାହାନ୍ତି ସେମାନଙ୍କୁ ପର୍ଯ୍ୟାୟ କ୍ରମେ ପୁଣିଥରେ ଟିକାକରଣ ପାଇଁ ଡକାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ।ଏହି ଟିକାକରଣର ଅବଧିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପଟେ ଟିକାକରଣ ପରେ ଏପର୍ଯ୍ୟନ୍ତ କାହାଠାରେ ପାଶ୍ୱର୍ ପ୍ରତିକ୍ର୍ରିୟା ଦେଖାଦେଇ ନାହିଁ ।
ଭୁବନେଶ୍ୱରରେ କୋଭାକ୍ସିନ ଟିକା ବ୍ୟବହାର ହୋଇଥିବା ବେଳେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ ଦିଆଯାଇଛି କୋଭାସିଲ୍ଡ ଭ୍ୟାକ୍ସିନ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିକାକରଣ ସୁରୁଖୁରୁରେ ଚାଲିଛି ବୋଲି କୁହାଯାଇଛି ।