ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମାତ ଦେବା ପାଇଁ ଟୀକା ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଏବେ ରାଜ୍ୟରେ ଟୀକାର ଅଭାବ ଦେଖା ଦେଇଛି । ଯାହାଫଳରେ ଆଜି ରାଜ୍ୟର ୧୧ ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି । ସେହି ୧୧ ଟି ଜିଲ୍ଲା ମଧ୍ୟରେ କଟକ, ବାଲେଶ୍ୱର, ବରଗଡ, ଗଜପତି, ବୌଦ୍ଧ, ଜଗିସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଏବଂ ସୋନପୁର ରହିଛି । ଏହି ଜିଲ୍ଲାଗୁଡିକରେ ଟୀକାକରଣ ବନ୍ଦ ରହିଛି ।
ରାଜ୍ୟର କେବଳ ୧୨୩ ଟି କେନ୍ଦ୍ରରେ ଟୀକାକରଣ କରାଯାଉଛି । ଏପର୍ଯ୍ୟନ୍ତ ରାଜ୍ୟରେ ୫୯ ଲକ୍ଷ ୪ ହଜାର ୩୧୪ ଜଣଙ୍କୁ ଟୀକାକରଣ କରାଯାଇ ସାରିଲାଣି । ଏହାସହିତ ଏବେ ସୁଦ୍ଧା ରାଜ୍ୟରେ ୧୯ ହଜାର ୯୦୦ କୋଭିସିଲ୍ଡ ଉପଲବ୍ଧ ରହିଥିବା ବେଳେ ୩ ଲକ୍ଷ ୧୫ ହଜାର ୫୩୦ ଡୋଜ ରହିଛି କୋଭାକ୍ସିନ ଟୀକା । ଅନ୍ୟପଟେ ରାଜ୍ୟକୁ ଆଜି ଆଉ ଏକ ଲକ୍ଷ କୋଭିସିଲ୍ଡ ଟୀକା ଆସିବ ବୋଲି ସୂଚନା ରହିଛି ।