ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ପୁଣି ଥରେ ଡ୍ରାଇଭିଂ ସାଇସେନ୍ସ, ଲଣ୍ଣିଂ ଲାଇସେନ୍ସ, ଫିଟନେସ ସାର୍ଟିଫିକେଟ, ଗାଡିର ପଞ୍ଜିକରଣ ସାର୍ଟିଫିକେଟ ର ବୈଧତାକୁ ବୃଦ୍ଧି କରାଯାଇଛି । ଏନେଇ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ସଡକ ଏବଂ ପରିବହନ ମନ୍ତ୍ରାଳୟ ପକ୍ଷରୁ ଚିଠି ହୋଇଥିଲା । ସେହି ଆଧାରରେ ଏବେ ସମସ୍ତ କାଗଜପତ୍ରର ବୈଧତାକୁ ବୃଦ୍ଧି କରାଯାଇଛି ।
ଏନେଇ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି କି, ଗତ ୨୦୨୦ ଫେବୃଆରୀରୁ ଯେଉଁ ଗାଡିର ଫିଟନେସ ସାର୍ଟିଫିକେଟର ବୈଧତା ଶେଷ ହୋଇଯାଇଛି ତାହା ଅକ୍ଟୋବର ୩୦ ଯାଏଁ ବୈଧ ବୋଲି ଧରାଯିବ । ଏହି ସମାନ ନିୟମ ଘରୋଇ ଗାଡି, ଶିକ୍ଷାନୁଷ୍ଠାନ ବସ୍ ପରିମିଟ୍, ଗୁଡ୍ସ କ୍ୟାରେଜ, କଣ୍ଟ୍ରାକ୍ଟ କ୍ୟାରେଜ ଆଜି କ୍ଷେତ୍ରରେ ଲାଗୁ ରହିବା ସହ ଏଲଏଲ ଏବଂ ଡିଏଲ କ୍ଷେତ୍ରରେ ମଧ୍ୟରେ ଏହି ନିୟମ ଲାଗୁ ରହିବ । ସେହିପରି ସ୍ଲଟ ବୁକିଂ ପାଇଁ ବ୍ୟକ୍ତିଙ୍କୁ ୩୦ ଦିନ ସମୟ ଦିଆଯିବ ପୂର୍ବରୁ କେବଳ ସାତ ଦିନ ସମୟ ଦିଆଯାଉଥିଲା ।
୩୦ ଦିନ କାର୍ୟ୍ୟ ଦିନରେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା କରିବାକୁ ଅନୁମତି ଦେବାକୁ ଆରଟିଓ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସମ୍ପୃକ୍ତ ଆରଟିଓ ସହିତ ସ୍ଲଟ୍ ଉପଲବ୍ଧ ନହୁଏ, ତେବେ ଶିକ୍ଷାର୍ଥୀଙ୍କର ଲାଇସେନ୍ସଧାରୀମାନେ ଯେକୌଣସି ନିକଟତମ ଆରଟିଓ କାର୍ୟ୍ୟାଳୟରେ ଆବେଦନ କରିପାରିବେ ।