ଝାରସୁଗୁଡା(ଏଟିଆର ବ୍ୟୁରୋ): କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ନେଇ ଝାରସୁଗୁଡା ଜିଲ୍ଲାରେ ପ୍ରଶାସନ ୩ସପ୍ତାହ ଲାଗି ପରିବା ହାଟକୁ ବନ୍ଦ କରି ଦେଇଛି । ଏନେଇ ପରିବା ବିକ୍ରେତାମାନେ ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି । ପ୍ରଶାସନ ପକ୍ଷରୁ ସପ୍ତାହିକ ହାଟ ଓ ଦୈନିକ ହାଟ ବନ୍ଦ କରିଦିଆଯାଇଥିବାରୁ ପରିବା ବିକ୍ରେତାମାନେ ପରିବା ବିକ୍ରି ନକରିପାରି ରାସ୍ତା ଉପରେ ପରିବା ଢାଳି ରାସ୍ତାରୋକ କରିଛନ୍ତି ।
ଝାରସୁଗୁଡା ସହରରେ ଏକମାତ୍ର ବଜାରକୁ ପ୍ରଶାସନ ପକ୍ଷରୁ କରୋନା କଟକଣା ପାଇଁ ବନ୍ଦ କରି ଦିଆଯାଇଥିବାରୁ ବଜାର ଉପରେ ନିର୍ଭର କରୁଥିବା ଚାଷୀ ଏବଂ ପରିବା ବ୍ୟବସାୟମାନେ ପରିବା ବିକ୍ରି ନକରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପରିବା ବିକ୍ରେତାମାନଙ୍କ ଅଭିଯୋଗ କେଉଁ ଜାଗାରେ ସେମାନେ ପରିବା ବିକ୍ରି କରିପାରିବେ ସେ ନେଇ ପ୍ରଶାସନ ପକ୍ଷରୁ କୈାଣସି ବ୍ୟବସ୍ଥା କରାଯାଇ ନାହିଁ ।
ମଙ୍ଗଳବାର ବଜାର ହାଟ ହୋଇଥିବାରୁ ବିଭିନ୍ନ ଜିଲ୍ଲାର ଚାଷୀ ଓ ବ୍ୟବସାୟୀ ପରିବା ବିକ୍ରି କରିବା ନେଇ ଆସିଥିବାରୁ ପୁଲସ ପକ୍ଷରୁ ବାରଣ କରାଯାଇଛି ।ଯାହାଫଳରେ ପରିବା ବ୍ୟବସାୟମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ପ୍ରାୟ ୪ ଘଣ୍ଟା ଧରି ଆନ୍ଦୋଳନ ହେଲା ପରେ ପୋଲିସ ଅଧିକାରୀ ଓ ବ୍ୟବସାୟଙ୍କ ମଧ୍ୟରେ ଆଲୋଚନା କରିବା ପରେ ହାଟ ଖୋଲିୀବା ପାଇଁ ଅନୁମତି ମିଳିଥିଲା ।