ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ରାସ୍ତାରୁ ହଟିବ ୧୫ବର୍ଷରୁ ଅଧିକ ପୁରୁଣା ଗାଡି । କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍ ପଲିସିକୁ କାର୍ୟ୍ୟକାରୀ କରୁଛି ରାଜ୍ୟ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟରେ ଲକ୍ଷାଧିକ ୧୫ ବର୍ଷର ପୁରୁଣା ଗାଡି ଚିହ୍ନଟ ହୋଇଛି ।
ସ୍କ୍ରାପ ଆମଦାନୀ ହ୍ରାସ ପାଇଁ କେନ୍ଦ୍ର ସରକାର ବଡ଼ ଯୋଜନା କରିଛନ୍ତି। ଏହାଦ୍ୱାରା ପୁରୁଣା ଯାନର ବ୍ୟବହାର କମିବା ସହ ବନ୍ଦ ହେବ ପ୍ରଦୂଷଣ ସୃଷ୍ଟିକାରୀ ଯାନ ଚଳାଚଳ। ସ୍କ୍ରାପ ଆମଦାନୀ ହ୍ରାସ ଓ ଦେଶରେ ପୁରୁଣା ଯାନର ଭିଡ଼ ହ୍ରାସ ଲାଗି ନୀତି ଘୋଷଣା ହୋଇଛି।୨୦୨୩ ରୁ ଟ୍ରକ ଓ ୨୦୨୪ ରୁ କାର ସରକରାଙ୍କ ନୂଆ ସ୍କ୍ରାପ୍ ପଲିସିକୁ ରାଜ୍ୟ କାର୍ଯ୍ୟକାରୀ କରୁଥିବା ପରିବହନ ମନ୍ତ୍ରୀ କହିଛନ୍ତି ।