ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନରେ ଆସି ଆଜି ସକାଳ ୮ଟା ୮ମିନିଟ୍ ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେ ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଶ ଲାଲ୍ , ଆଦିତ୍ୟ ପାଢୀ ଏବଂ ଜୁଏଲ ଓରାମ ପ୍ରମୁଖ ସ୍ୱାଗତ କରିବା ପରେ ସେ ସିଧାସଳଖ ରାଜଭବନକୁ ଯାଇଥିଲେ ।
ଉପରାଷ୍ଟ୍ରପତି ରାଜଭବନରୁ ବାହାରି ୧୦ ଟା ସୁଦ୍ଧା ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସେଠାରେ ସେ ୧୦୬ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ । ଏହାସହିତ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଦେଇ ସମ୍ମାନିତ କରିବେ ।
ଦିନିକିଆ ଭୁବନେଶ୍ୱର ଗସ୍ତରେ ଉପରାଷ୍ଟ୍ରପତି ଆସିଥିବାରୁ ୧୧.୩୦ ସୁଦ୍ଧା ଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।