ଗଜପତି ( ଏଟିଆର ବ୍ୟୁରୋ): ବଦଳି ପାଇଁ ନେଉଥିଲେ ଲାଞ୍ଚ । ଯୋଜନା କରିଥିଲା ଭିଜିଲାନ୍ସ । ଟଙ୍କା ନେଲାବେଳେ ପଞ୍ଝାରେ ପଡିଲେ କିରାଣୀ । ଗଜପତି ଜିଲ୍ଲା ମୋହନା ବିଇଓ ଅଫିସର କନିଷ୍ଠ କିରାଣୀ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ଜଣେ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କ ବଦଳି ପାଇଁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ।
କନିଷ୍ଠ କିରାଣୀଙ୍କ ନାମ ଜିତେନ୍ଦ୍ର ନାଥ ନାୟକ ବୋଲି ଜଣାପଡିଛି । କନିଷ୍ଠ କିରାଣୀ ତାଙ୍କୁ ବଦଳି ପାଇଁ ଲାଞ୍ଚ ମାଗୁଥିବା ସେ ପୂର୍ବରୁ ଭିଜିଲାନ୍ସ ଅଫିସରେ ସୂଚନା ଦେଇଥିଲେ । ଏନେଇ ପୂର୍ବରୁ ସଜାଗ ରହିଥିଲା ଭିଜିଲାନ୍ସ । ଯୋଜନା ମୁତାବକ ଗତକାଲି ସନ୍ଧ୍ୟାରେ ଶିକ୍ଷକ ଜଣଙ୍କ କିରଣୀଙ୍କୁ ଟଙ୍କା ଦେବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ପରେ ଭିଜିଲାନ୍ସ ତାଙ୍କ ବାସ ଭବନରେ ମଧ୍ୟ ଚଢାଉ କରିଥିବା ଜଣା ପଡିଛି । ଜିତେନ୍ଦ୍ରଙ୍କୁ ପ୍ରଥମେ ଭିଜିଲାନସ କାର୍ଯ୍ୟାଳୟକୁ ଅଣାଟାଇଥିଲା ପରେ ଆଜି ତାଙ୍କୁ କୋର୍ଟ ପରୱାର୍ଡ କରାଯିବ ବୋଲି ଜଣାପଡିଛି ।