କଟକ(ଏଟିଆର ବ୍ୟୁରୋ): ଲାଞ୍ଚ ନେଲା ବେଳେ ଧରା ପଡିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ । ଆଜି ଭିଜିଲାନ୍ସ ହାତରେ ଧରା ପହିଛନ୍ତି କଟକ ଗୋଡି ସାହି ଇଲେକ୍ଟ୍ରିକ ସେକସନର କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କ ମହାନ୍ତ । ସୂଚନା ଅନୁସାରେ ଭବାନୀଶଙ୍କର ଜଣେ ଉପଭୋକ୍ତାଙ୍କୁ ନିଜର ଘରେ ବିଦ୍ୟୁତ ସଂଯୋଗ ଲାଗି ଲାଞ୍ଚ ମାଗୁଥିଲେ । ଉପଭୋକ୍ତା ଜଣଙ୍କ ବାରମ୍ବାର ଭବାନୀଶଙ୍କରଙ୍କ ପାଖକୁ ଯାଇ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ଉପଭୋକ୍ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏଥିରେ ଅତିଷ୍ଠ ହୋଇ ଉପେଭୋକ୍ତ ଜଣଙ୍କ କଟକ ଭିଜିଲାନ୍ସ ଅଫିସରେ ଭବାନୀଶଙ୍କରଙ୍କ ବିରୋଧରେ ଅଭିଯୋଗ କରିଥିଲେ ।
ଏହା ପରେ ଭବାନୀଶଙ୍କରଙ୍କୁ ଧରିବା ପାଇଁ କଟକ ଭିଜିଲାନ୍ସ ଏକ ଟିମ ଯୋଜନା ପ୍ରସ୍ତୁତ କରିଥିଲେ । ଭବାନୀଶଙ୍କରଙ୍କ ଦାବି ଅନୁଯାଇୟୀ ଉପଭୋକ୍ତା ଜଣଙ୍କ ତାଙ୍କୁ ଟଙ୍କା ଦେବା ପାଇଁ ରାଜି ହୋଇଯାଇଥିଲେ । ତେବେ ଏହା ପରେ ଯୋଜନା ଅନୁସାରେ ଆଜି ଉପଭୋକ୍ତାଙ୍କ ସଂପର୍କୀୟ ବିଜୟ କୁମାର ପାତ୍ର ଭବାନୀଶଙ୍କରଙ୍କୁ ୧୦ ହଜାର ଟଙ୍କା ଦେଉଥିବା ବେଳେ ତାଙ୍କୁ କଟକ ଭିଜିଲାନ୍ସ ଧରିଛନ୍ତି । ଘଟଣା ସ୍ଥୂଳରୁ ଭବାନୀଶଙ୍କରଙ୍କୁ ଗିରଫ କରିବା ସହ ତାଙ୍କ ନାମରେ ଏକ ମାମଲା ରୁଜୁ କରିଛନ୍ତି । ଏହା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।