ଭବାନୀପାଟଣା (ଏଟିଆର ବ୍ୟୁରୋ): ପୂର୍ବତନ ଭାବନୀପାଟଣା ବିଧାୟକ ଅନାମ ନାୟକଙ୍କ ଭାସଭବନ ଓ ହୋଟେଲରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଉଥିବା ସୂଚନା ମିଳିଛି । ସୂଚନା ଅନୁସାରେ ତାଙ୍କର ଭବନୀପାଟଣା ବାସଗୃହ ସମେତ ମଦନପୁର ରାମପୁରରେ ଥିବା ହୋଟେଲରେ ମଧ୍ୟ ଏକକାଳୀନ ଚଢାଉ ହୋଇଛି ।
ତେବେ କେତେ ପରିମାଣରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ତାର ହିସାବ ଏଯାବତ ମିଳିନାହିଁ । ସକାଳ ୬ ଟାରୁ ଚଢାଉ ହୋଇଛି । କଳାହାଣ୍ଡି ଭିଜିଲାନ୍ସ ଟିମ ଏହି ଚଢାଉ କରୁଛନ୍ତି । ଅନାମ ନାୟକ ୨୦୧୪ ମସିହାରେ ଭବାନୀପାଟଣା ବିଧାନସଭା ଆସନରୁ ବିଧାୟକ ହୋଇଥିଲେ । ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଚଢାଉ ନେଇ ସୂଚନା ଦେଇଛନ୍ତି ।