ରାଇରଙ୍ଗପୁର (ଏଟିଆର ବ୍ୟୁରୋ); ୨୨୦ ନମ୍ବର ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଛି । ଏଣୁ ରାସ୍ତାର ଉଭୟ ପାଶ୍ୱର୍ରେ ଜମି ରହିଛି ଶହ ଶହ ଗାଡି । ରାଇରଙ୍ଗପୁର ଦାଣ୍ଡବସ ଗାଁର ଲୋକ ରାସ୍ତା ରୋକ କରିଥିବା ଜଣା ପଡିଛି । ଗାଁରେ ନୂଆ ଟ୍ରାନ୍ସଫର୍ମର ବସାଇ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗାଁ ଲୋକ । ମିଳିଥିବା ସୂଚନା ମୁତାବକ ଗାଁରେ ୪-୫ ମାସ ତଳେ ଟ୍ରାନ୍ସଫର୍ମର ମରାମତି କରଯିବା ପାଇଁ ନେଇଥିଲେ । ମାତ୍ର ଏତେ ଦିନ ବିତି ଯାଇଥିଲେ ସୁଦ୍ଧା ଟ୍ରାନ୍ସଫର୍ମର ଲଗା ଯାଇନଥିବାରୁ ଗାଁ ଲୋକ ଅନ୍ଧାରରେ ରହୁଛନ୍ତି । ଏଣୁ ଏହାକୁ ପ୍ରତିବାଦ କରି ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ ।
ପୂର୍ବରୁ ବହୁବାର ଏହି ବିଷୟରେ ଇଲେକ୍ଟି ଅଫିସରେ ଦାବି କରିଥିଲେ ମଧ୍ୟ ବିଦ୍ୟୁତ ବିଭାଗର କର୍ମଚାରୀ ଶୁଣି ନାହାଁନ୍ତି । ତେବେ ଏଭାନେ ବାରମ୍ବାର ପ୍ରତିବାଦ କରିବା ପାଇଁ ବିଦ୍ୟୁତ ବିଭାଗ ଅଫିସକୁ ଯାଇଥିଲେ ମଧ୍ୟ ଫରକ ପଡି ନଥିଲା । ଶେଷରେ ଗାଁ ଲୋକ ଉତ୍ୟକ୍ତ ହୋଇ ଗାଁ ନିକଟରେ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥକୁ ବନ୍ଦ ରଖିଛନ୍ତି । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରେ ବସିଥିଲେ ଗାଁ ଲୋକ । ଏହାର କୌଣସି ସମାଧାନ ହୋଇନଥିଲା ।