ଆଠମଲ୍ଲିକ ( ଏଟିଆର ବ୍ୟୁରୋ): ଏସଆଇଙ୍କ ବଦଳି ପାଇଁ ଥାନା ଘେରିଲେ ଗ୍ରାମବାସୀ । ଦବଙ୍ଗଗିରି କରିଥିଲେ ଏସଆଇ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଠାକୁର ପଡା ଥାନାରେ । ଥାନାର ଏସଆଇ ଏସ.କେ ବେହେରା ଦୀପକ ସେଠୀ ନାମକ ଜଣେ ଇଲେକଟ୍ରିସିଆନଙ୍କ ଘର କାମ କରାଇ ଟଙ୍କା ଦେଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି । ସୂୂଚନାଅନୁସାରେ ଠାକୁରଗଡ ଏସଆଇ ଏସ.କେ ବେହେରା ତାଙ୍କ ଘର କାମ କରିବା ପାଇଁ ଦୀପକ ସେଠୀ ନାମକ ଜଣେ ଯୁବକ କାମ କରୁଥିଲେ ।
ମାତ୍ର କାମ ସରିବା ପରେ ଯେତେବେଳେ ଦୀପକ ଏସଆଇଙ୍କୁ ନିଜ ପ୍ରାପ୍ୟ ମାଗି ଥିଲେ । ମାତ୍ର ସଂମ୍ଫୃକ୍ତ ଏସଆଇ ତାଙ୍କ ପ୍ରାପ୍ୟ ଦେଇ ନଥିଲେ । ବରଂ ମଦ ପି କାମ କରୁଛ ବୋଲି କହି ଦୀପକଙ୍କୁ ନିର୍ଧୁମ ଛେଚି ଥିଲେ । ପୋଲିସିଆ ଢଙ୍ଗରେ ତାଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ଏହି ଘଟଣା ଗ୍ରାମବାସୀଙ୍କୁ କହିବା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତା ରୋକ କରିବା ସହିତ ଥାନା ଘେରାଉ କରିଥିଲେ । ତେବେ ଘଟଣାକୁ ନେଇ ସମ୍ଫୃକ୍ତ ଏସଆଇଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।