ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ଡ଼ିଏଲ ଜବତ କରାଯିବ ସହ ବାତିଲ ବି କରି ଦିଆଯିବ । ପୋଲିସ ଅଫିସରମାନେ ଏ ଦିଗରେ କଡ଼ା ପଦକ୍ଷେପ ନେବେ ବୋଲି କୁହାଯାଇଛି । ରାଜ୍ୟ ପୋଲିସ କ୍ରାଇମବ୍ରାଞ୍ଚଏ ନେଇ ଚିଠି ରେ ଉଲ୍ଲେଖ କରିଛନ୍ତି । ପୋଲିସ ଡ଼ିଜିଙ୍କୁ ଏ ସଂକ୍ରାନ୍ତ ଚିଠି ଲେଖିବା ପରେ କ୍ରାଇମବାଞ୍ଚପରିବହନ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
କ୍ରାଇମବାଞ୍ଚରାଜ୍ୟର ସମସ୍ତ ଏସ୍ପି ଏବଂ ଡ଼ିଏସ୍ୱିଙ୍କୁ ଡ଼ିଏଲ ଜବତ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାଲପରିବହନ ଗାଡ଼ିରେ ଓଭରଲୋଡି˚ ଓ ଯାତ୍ରୀ ପରିବହନ, ନିଶା ସେବନ କରି ଗାଡ଼ି ଚାଳନା, ଗାଡ଼ି ଚଳାଇଲା ବେଳେ ମୋବାଇଲ ଫୋନ୍ ବ୍ୟବହାର, ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇବା ସହିତ ଟ୍ରାଫିକରେ ଲାଲ ସିଗ୍ନାଲ ଥିବା ବେଳେ ଜେବ୍ରା କ୍ରସି˚ ଡେଇଁବା ଭଳି ଘଟଣାରେ ପୁଲିସ ଡିଏଲ୍ ଜବତ କରିବ।
ଜବତ ହୋଇଥିବା ଡ଼ିଏଲ ସ୍ଥାନୀୟ ଆରଟିଓ କୁ ୭ ଦିନ ମଧ୍ୟ ରେ ପଠାହେବ । ଅକ୍ଟୋବର ୨୦ ତାରିଖରେ ମୋଟରଯାନ ଆଇନ ଉଲ୍ଲଂଘନକାରୀଙ୍କ ଡ଼ିଏଲ ଜବତ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା ।