କେନ୍ଦୁଝର (ଏଟିଆର ବ୍ୟୁରୋ) ; ମା ତାରିଣୀଙ୍କ ଅଖଣ୍ଡ ଦୀପ ଲିଭିଯାଇଥିବା ଗୁଜବରେ ଭାସୁଛି ସାରା ଓଡିଶା । ସୋସିଆଲ ମିଡିଆରେ ଭାଇରାଲ ହୋଇଛି କି ମାଙ୍କ ମଥାରୁ ସିନ୍ଦୁର ଖସିବା ସହ ମାଙ୍କ ଶାଢ଼ୀ ଜଳିଯାଇଛି ଯାଇଛି । ଏହି ଖବର ପାଇବା ପରେ ସାରା ରାଜ୍ୟର ଭକ୍ତଙ୍କ ମନରେ ଚହଳ ସୃଷ୍ଟି ହୋଇ ଯାଇଥିଲା । ପରିବାର ପ୍ରତି ବିପଦ ଥିବା ନେଇ ସାଧବା ମହିଳାମାନେ ନୂଆ ଶାଢ଼ୀ,ଶଙ୍ଖା,ଅଳତା ପିନ୍ଧି ପୂଜାର୍ଚ୍ଚନା କରିବା ଆରମ୍ଭ କରି ଦେଲେ । ଏବଂ କେତେକ ମହିଳା ରାତିସାରା ଦୀପ ଜାଳି ମାଙ୍କୁ ଆରାଧନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ଯେଉଁ ସାଧବା ନାରୀ ଏପରି ନ କରିବ ତା ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପ୍ରଚାର ହୋଇଥିଲା । ଫଳରେ ସବୁ ସଧବା ନାରୀ ମାନେ ନିଜେ ପୂଜାର୍ଚ୍ଚନା କରିବା ସହ ଅନ୍ୟ ମାନଙ୍କୁ ଜଣାଇଥିଲେ । ଫଳରେ ଏହି ଖବର ସାରା ରାଜ୍ୟରେ ବିଜୁଳି ଭଳି ଖେଳି ଯାଇଥିଲା । ମାତ୍ର ଏହି ଖବର ପାଇବା ପରେ ଏହା ଏକ ମିଥ୍ୟା ପ୍ରଚାର ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
ଟ୍ରଷ୍ଟ ବୋର୍ଡ ସଭାପତି ଏଭଳି ମିଥ୍ୟା ପ୍ରଚାରକୁ ନିନ୍ଦା କରିଛନ୍ତି । କାରଣ ମାଙ୍କ ନିକଟରେ ପ୍ରଶାସନ ତରଫରୁ ସେଭଳି କୈାଣସି ଅଖଣ୍ଡ ଦୀପ ଜଳିବାର ପରମ୍ପରା ନାହିଁ । ଭକ୍ତମାନେ ଯେଉଁ ଦୀପ ଦେଇଥାନ୍ତି ତାହାକୁ ମାଙ୍କ ନିକଟରେ ଜଳାଯାଏ । ତେବେ ମାଙ୍କ ପୂଜାଚ୍ଚନା ପୂର୍ବଭଳି ଚାଳଇଛି । କେବଳ କିଛି ଲୋକ ଦୂର ଦୂରାନ୍ତରେ ଥିବା ଭକ୍ତଙ୍କ ମନରେ ଭୟ ଜାତ କରାଇ ବିପଦ ଟଳିବା ନାଁରେ ଅର୍ଥ ଉପାର୍ଜନ କରିବା ପାଇଁ ଏକ ଘୃଣ୍ୟ ପ୍ରୟାସ । ଏଣୁ ଏପରି ଅପପ୍ରଚାରରୁ ଦୁରେଇ ରହିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି । ଏଭଳି ଗୁଜବ କରୁଥିବା ଲୋକଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦେବା ପାଇଁ ବୁଦ୍ଧିଜୀବୀ ମାନେ କହିଛନ୍ତି ।