ଭୁବନେଶ୍ୱର,(ଏଟିଆରବ୍ୟୁରୋ): ମୁଣ୍ଡ ଉପରେ ନିର୍ବାଚନ । ଏହାରି ଭିତରେ କିନ୍ତୁ ସାମ୍ନାକୁ ଆସିଛି ଜଣେ ହେଭିୱେଟ ନେତାଙ୍କ ହାଇଭୋଲ୍ଟେଜ ଭିଡ଼ିଓ । ଯାହା ପୂରା ରାଜ୍ୟ ରାଜନୀତିକୁ ସରଗରମ କରିଛି । ପାଖାପାଖି ୩ଟି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବିଦେଶିନି ଯୁବତୀଙ୍କ ସହ ଆମ ନେତା ଜଣଙ୍କ ଏକଦମ ମସଗୁଲ ଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ବର୍ତ୍ତମାନ ମୋବାଇଲ ଟୁ ମୋବାଇଲ ଭିଡ଼ିଓଟି ଜୋରଦାର ଭାଇରାଲ ହେଉଥିବା ବେଳେ ନେତାଙ୍କ ଭାଣ୍ଡାମି ପୂରା ପଦାରେ ପଡିଛି । ଆମେ କହୁଛୁ ଏଭଳି ଜଣେ ନେତାଙ୍କ କଥା ଯିଏକି ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏକ ଜାତୀୟ ଦଳର ଟିକେଟ ପାଇ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଏହି ନେତା । ତେବେ ଏହି ନେତାଙ୍କର ଏହା ପ୍ରଥମ ଭିଡ଼ିଓ ନୁହେଁ ବରଂ ପୂର୍ବରୁ ମଧ୍ୟ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଥିବା ନଜରକୁ ଆସିଥିଲା । ସେତେବେଳେ ଏକ ଗଣମାଧ୍ୟମ ଏନେଇ ଖବର ପ୍ରକାଶ କରିଥିବା ବେଳେ ନେତା ନିଜକୁ ସଚ୍ଚୋଟ ବୋଲି କହି ଉକ୍ତ ଗଣମାଧ୍ୟମ ନାଁରେ ଦିଲ୍ଳୀରେ ଏକ ମାମଲା ରୁଜୁ କରିଥିଲେ । ଯେଉଁ ମାମଲା ଏଯାବତ୍ ବିଚାରଧିନ ରହିଛି । ସେପଟେ ପୁଣି ଏବେ ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିବା ପରେ ନେତାଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିବା ଚର୍ଚ୍ଚା ହେଉଛି ।
ରିପୋର୍ଟ କହୁଛି ଭିଡ଼ିଓଟି ବାହାର ଦେଶରେ ସୁଟିଂ ହୋଇଛି । ମଉଜ କରିବା ଲାଗି ନେତା ଆମର ବିଦେଶିନିଙ୍କ ସହ ସେଠାରେ କିଭଳି ଅଏସ କରୁଥିଲେ ତାହା ହିଁ ଏହି ଭିଡ଼ିଓ ପୂରା ବୟାନ କରୁଛି । ସେପଟେ ନାକ ତଳେ ନିର୍ବାଚନ ଥିବାରୁ ହେଭିୱେଟ ନେତାଙ୍କ ଏହି ହେଭି ଭିଡ଼ିଓ ତାଙ୍କ କ୍ୟାରିୟର ଲାଗି କଣ୍ଟା ମଧ୍ୟ ହୋଇପାରେ ବୋଲି ମତ ପ୍ରକାଶ ପାଇଛି । କୁହାଯାଉଛି ଏହି ନେତାଙ୍କୁ ବ୍ରେକ ଦେବା ଲାଗି ଅନ୍ୟ ରାଜନୈତିକ ଦଳମାନେ ଏଭଳି ଚକ୍ରାନ୍ତ କରିଛନ୍ତି । କିନ୍ତୁ ଅନ୍ୟପଟେ ଉକ୍ତ ନେତାଙ୍କ ନିଜ ଦଳରୁ ହିଁ ଏହି ଭିଡିଓ ଭାଇରାଲ ହେଇଥିବା ଚର୍ଚ୍ଚା ଜୋର ଧରିଛି । ସବୁଠୁ ବଡ଼ କଥା ହେଉଛି ଭାଇରାଲ ଭିଡ଼ିଓରେ ପ୍ରଥମେ ନେତା ଜଣଙ୍କ ବିଦେଶିନିଙ୍କ ସହ ହସମଜା ଓ ପରେ ତାଙ୍କୁ ଛାତିରେ ଜାବୁଡି ଧରି ରଖୁଥିବା ଦେଖିବାକୁ ମିଳିଥିବା ବେଳେ ଶେଷରେ ନେତାଙ୍କୁ ଦେଖିବାକୁ ମିଳିଛି ବେଡ ଉପରେ ।