ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ନୂଆ ରୂପ ନେଇପାରେ କରୋନା ଭାଇରସ । ବ୍ରିଟେନରେ ବ୍ୟାପୁଥିବା କରୋନା ଭାଇରସର ନୂଆ ଷ୍ଟେନକୁ ନେଇ ବିଶେଷଞମାନେ ସତର୍କ କରାଇଛନ୍ତି । ଏହି ଭାଇରସ ପୁରୁଣା ଭାଇରସ ଠାରୁ ୫୬ ପ୍ରତିଶତ କ୍ଷତିକାରକ ବୋଲି କହିଛନ୍ତି । ଏହି ଭାଇରସ ଦ୍ୱାରା ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେବ ବୋଲି କୁହାଯାଇଛି ।
ବ୍ରିଟେନରେ ନଭେମ୍ବର ମାସରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ଆସନ୍ତା ବର୍ଷ ଏହାର ହାର ଆହୁରି ବଢିପାରେ ବୋଲି କୁହାଯାଇଛି । ତେଣୁ ଏହାକୁ ନେଇ ବ୍ରିଟେନରେ ଯଥାଶୀଘ୍ର ଟିକାକରଣ ଦରକାର । ୨୦୨୧ରେ କୋଭିଡ ୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଆଶଙ୍କା କରାଯାଉଛି ।
ଖ୍ରୀଷ୍ଟମାସ ଛୁଟିକୁ ଦୃଷ୍ଟିରେ ରଖି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଲକଡାଉନ ଜାରି କରି କହିଛନ୍ତି ।ନୂଆ ଷ୍ଟେନରେ ୭୦ ପ୍ରତିଶତ ଅଧିକ ଗତିରେ ସଂକ୍ରମଣ ହେବାର ଆଶଙ୍କା ରହିଛି ।