ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏକାମ୍ରଶ୍ରୀ ସମ୍ମାନରେ ସମ୍ମାନିତ ହେବେ 5T ସଚିବ ଭି. କେ. ପାଣ୍ଡିଆନ । ଆସନ୍ତା ଶୁକ୍ରବାର ଦିନ ମହାଶିବରାତ୍ର ପଡୁଥିବାରୁ ଏବେ ଚଳଚଞ୍ଚଳ ହୋଇଉଠିଛି ଏକାମ୍ରକ୍ଷେତ୍ର ଭୁବନେଶ୍ୱର । ମହାପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଜାଗର କରିବା ନିମନ୍ତେ ହଜାର ହଜାର ସଂଖ୍ୟକ ଭକ୍ତ ଛୁଟି ଆସିଥାନ୍ତି । ତେବେ ପ୍ରତିବର୍ଷ ଭଳି ବର୍ଷ ମଧ୍ୟ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଅହରାତ୍ରୀ ଭଜନ ସମାରୋହ ଓ ଆଧ୍ୟାତ୍ମକ କାର୍ଯ୍ୟକ୍ରମ କରାଯିବ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବା ନେଇ ପ୍ରକାଶନୀ କମିଟିର ସଭାପତି ତଥା ବିଧାୟକ ସୁରଶ କୁମାର ରାଉତରାୟ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରୀୟ କଳାକାରଙ୍କ ସହ ରାଜ୍ୟର ୨୫ରୁ ଉର୍ଦ୍ଧ ଖ୍ୟାତିନାମା କଳାକାର ଭଜନ ପରିବେଶନ କରିବେ । କାର୍ଯ୍ୟକ୍ରମରେ ଭୋର ୪ଟାରୁ ଶଙ୍ଖଧ୍ୱନୀ, ବେଦପାଠ, ଶିବ ସହସ୍ରନାମ, ଭାଗବତ ଗୀତ ପାଠ , ଶିବ ଚେତନା , ହରିହରି ଭଜନ, ରାମଚନ୍ଦ୍ର ମାନସ ପରାୟଣ ପ୍ରବଚନ ପରେ ସଂନ୍ଧ୍ୟାରେ ୭ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ଭଜନ ପରିବେଶଣ ହେବ ।
ତେବେ ଚଳିତବର୍ଷ 5T ସଚିବ ଭି. କେ ପାଣ୍ଡିଆନଙ୍କୁ ଏକାମ୍ରଶ୍ରୀ ସମ୍ମାନିତ କରାଯିବ ବୋଲି ସୋମବାର ଲିଙ୍ଗରାଜ ନିୟୁ ମାର୍କେଟ କମ୍ଲେକ୍ସ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି । ଏହାସହ ବିଏମ୍ସି କମିଶନର ପ୍ରେମଚାନ୍ଦ ଚୌଧାରୀ, ପୂର୍ତ୍ତ ବିଭାଗର କିଶନ କୁମାର, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଶିଷ୍ଟ ସଙ୍ଗୀତଜ୍ଞ ବାପି ଲାହାରି, ଅନୁରାଧା ପଡଓ୍ବାଲଙ୍କ ସମେତ ୧୦ଜଣଙ୍କୁ ମଧ୍ୟ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର କହିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗୀତଜ୍ଞ ମନ୍ମଥ ମିଶ୍ର, ବିଶ୍ୱନାଥ ମହାପାତ୍ର, ରତିକାନ୍ତ ମହାସୁଆର ପ୍ରମୁଖ ଉପସ୍ଥିତ ଥିଲେ।