ନୟାଗଡ ( ଏଟିଆର ବ୍ୟୁରୋ ) : ଦାବି ପୂରଣ ନ ହୋଇଥିବାରୁ ୧୫୦୦ ଭୋଟର ଦେଲେ ନାହିଁ ଭୋଟ । ନୟାଗଡ ନୂଆଁଗାଁ ବ୍କଲକର ଦୁଇଟି ପଞ୍ଚାୟତର ୧୫ ଶହ ଭୋଟର ସେମାନେ ମତଦାନ କରି ନାହାନ୍ତି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ନିର୍ମାଣକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ରହିଥିଲା । ଡୁଙ୍ଗରୁପାଲୀ ଗାଁ ଭିତର ଦେଇ ଉକ୍ତ ରାସ୍ତା ଦେଇ ନିର୍ମାଣ କରିବାକୁ ଡୁଙ୍ଗୁରୀପାଲୀ ଗ୍ରାମବାସୀ ଦାବି କରିଥିଲେ । ଗାଁ ଗାଁ ମଧ୍ୟରେ ବିବାଦ ଦେଖା ଦେବାରୁ ସେଠରେ କାମକୁ ବନ୍ଦ ରଖାଯାଇଥିଲା । ଯାହାକୁ ନେଇ ଉଭୟ ଗୋଷ୍ଠୀ ଜିଲ୍ଲାପାଳଙ୍କୁ ଦେଖା କରିଥିଲେ ।
ସେତେବେଳେ ଜିଲ୍ଲାପାଳ ସମସ୍ୟାର ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପରେ ତକ୍ରାଳିନ ଜିଲ୍ଲାପାଳ ବଦଳି ହୋଇଗଲା ମାତ୍ର ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଯାହାର ପ୍ରତିବାଦରେ ଗ୍ରାମବାସୀ ମାନେ ବୈଠକ କରି ସମୂହ ଭୋଟ ବର୍ଜନ କରିଛନ୍ତି । ଗ୍ରାମରେ ପୋଲିଂ ଷ୍ଟାପ ପହଞ୍ଚିଥିଲେ ମଧ୍ୟ ଭୋଟ ପଡିବ ନାହିଁ ବୋଲି ଗ୍ରାମବାସୀ ମାନେ ରୋକ ଠୋକ ମନା କରିଦେଇଥିଲେ । ସେମାନଙ୍କର ଥିବା ଦାବି ପୂରଣ ନ ହେବା ଯାଏଁ ସେ କୌଣସି ସରକାରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।