ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଭୋଟ ମହାକୁମ୍ଭର ଦ୍ୱିତୀୟ ପର୍ଯ୍ୟାୟ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ସାରା ଦେଶ ଚଳଞ୍ଚଳ । ଭାଗ୍ୟ ପରୀକ୍ଷାରେ ଭାଗ ନେଇଥିବା ନେତାଙ୍କ ଠାରୁ ଆରମ୍ଭ କରି ଭାଗ୍ୟ ବିଧାତା ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୧ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୯୫ ଟି ସଂସଦୀୟ କ୍ଷେତ୍ରପାଇଁ ଭୋଟ ଗ୍ରହଣ କରାଯାଉଛି । ସେହିଭଳି ଓଡିଶାରେ ମୋଟ ୫ ଟି ଲୋକସଭା ସହିତ ୩୫ ଟି ବିଧାନସଭା ଲାଗି ମତଦାନ ସଂଗ୍ରହ କରାଯାଉଛି ।
ସେହିଭଳି ଆଜି ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭାଗ୍ୟ ବିଧାତା ବୁଥରେ ପ୍ରାର୍ଥୀଙ୍କ ଭାଗ୍ୟ ନିିର୍ଦ୍ଧାରଣ କରି ଭୋଟ ପେଡିରେ ଭୋଟ ପକେଇବେ ଆଜି ସକାଳ ୭ ଟାରେ ସମସ୍ତ ଭୋଟ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଯାଇଛି । କେତେକ ସ୍ଥାନରେ ଇଭିଏମ ଖରାପ ଥିବାରୁ ମତଦାନରେ ବିଳମ୍ବ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଆଜି ୫ ଲୋକସଭା ଆସନ ପାଇଁ ଆଜି ୩୫ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ଦେଉଥିବା ବେଳେ ୩୫ ଟି ବିଧାନସଭା କ୍ଷେତ୍ର ପାଇଁ ୨୪୪ ଜଣ ପ୍ରାର୍ଥୀ ମୈଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିଭଳି ଆଜି ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ମାଓ ଅଧିକୃତ ଅଞ୍ଚଳରେ ସକାଳ ୭ଟାରୁ ସନ୍ଧ୍ୟା ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ହେବ ।