ସମ୍ବଲପୁର (ଏଟିଆର ବ୍ୟୁରୋ): ବୁର୍ଲା ସ୍ଥିତ ଭିସୁଟର ଛାତ୍ରଛାତ୍ରୀଙ୍କ କରୋନା ପଜିଟିଭ ରିପୋର୍ଟ ଭୁଲ୍ ଥିଲା । ଆଣ୍ଟିଜେନ୍ କିଟ୍ ଖରାପ ଥିବାରୁ ୨୫ ଜଣ ଛାତ୍ରଛତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ଏଭଳି ସ୍ପଷ୍ଟିକରଣ ରଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର ।
ତାଙ୍କ କହିବାନୁଯାୟୀ, ଭିସୁଟ୍ ର କିଛି ଛାତ୍ରଛାତ୍ରୀ ପ୍ରଥମେ ଆଣ୍ଟିଜେନ୍ ଟେଷ୍ଟ କରାଇଥିଲେ । ଯାହାଦ୍ୱାରା ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିଲା କିନ୍ତୁ ପରେ ଯେତେବେଳେ ଆରଟିପିସିଆର ଟେଷ୍ଟ କରାଗଲା ସେତେବେଳେ ସମ୍ପୃକ୍ତ ଛାତ୍ରଛାତ୍ରୀ ରିପୋର୍ଟ ପଜିଟିଭ ଆସିନାହିଁ । ଆଣ୍ଟିଜେନ୍ କିଟ୍ ରେ ତ୍ରୁଟି ଥିବା ଯୋଗୁଁ ରିପୋର୍ଟ ପଜିଟିଭ ଆସିଛି ।
ଖବରମୁତାବକ, ଫେବୃଆରୀ ୨୭ ତାରିଖରେ ସାମ୍ନାକୁ ଆସିଥିଲା କି ଭିସୁଟ୍ ର ୨୫ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ୨୮ ତାରିଖ ଦିନ ଭିସୁଟ୍ କୁ ସଟଡାଉନ କରାଯାଇଥିଲା । ଏହାସହିତ ଅନ୍ୟ ଆଦେଶ ନଆସିବା ଯାଏଁ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।