ବାଲେଶ୍ୱର ( ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ଗତ ୨ ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ଯାହାର ପ୍ରଭାବରେ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ପଡିଲାଣି ଓଡିଶା । କୋଉଠି ଘରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଛି ତ ଆଉ କେଉଁଠି ପାହାଡ ଖସି ପଡୁଛି । ତେବେ ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଘରର କାନ୍ଥ ଭୁଷୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଘରର ଆଉ ୨ ଜଣ ସଦସ୍ୟ ଗରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଜଳକା ନଦୀର ଜଳସ୍ତର ବଢିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଯାହା ଫଳରେ ଗତକାଲି ରାତିରେ ଘରେ ରାଜେନ୍ଦ୍ର ବାରିକ ଓ ତାଙ୍କ ସ୍ତ୍ରୀ ଝିଅ ଶୋଇଥିବା ବେଳେ ଅଧ ରାତିରେ କାନ୍ଥ ଭୁଷୁଡି ପଡିଥିଲା । ଫଳରେ ରାଜେନ୍ଦ୍ରଙ୍କ ଘଟଣା ସ୍ଥଳରେ ମୃତ୍ୟୃୁ ହୋଇଥିବା ବେଳେ ସ୍ତ୍ରୀ ଓ ଝିଅ ଗରୁତର ଆହତ ହୋଇଛନ୍ତି ।