ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୪ତମ ‘ମନ୍ କି ବାତ’ରେ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଜଳ ଜୀବନ ଓ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ମୋଦୀ କହିଛନ୍ତି ଗ୍ରୀଷ୍ମ ପ୍ରବାହ ପାଇଁ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ଜରୁରୀ । ଜଳର ପ୍ରତି ବୁନ୍ଦାର ସ୍ୱର୍ଶ ଜୀବନ ପାଇଁ ଅତି ମୁଲ୍ୟବାନଌଳ ଆମ ଜୀବନ ଓ ଆସ୍ଥା । ଏଥିନିମନ୍ତେ ବର୍ଷା ଜଳର ସଞ୍ଚୟ ଅଭିଯାନ ଜରୁରୀ ଅଟେ ।
ପ୍ରଧାନମନ୍ତ୍ରୀ ମନ କି ବାତରେ ଜଗସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅରଖୁକୁଦ ଗାଁର ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି । ସିଲୁ ଯୁବକଙ୍କୁ ମାଗଣାରେ ପାଠପଢାଇବା ସହ ସେନାରେ ଭର୍ତ୍ତି ପାଇଁ ତାଲିମ ଦେଉଛନ୍ତି । ସିଲୁଙ୍କ ଏଭଳି ଉଦ୍ୟମ ଅନେକଙ୍କ ପାଇଁ ଉଦାହରଣ ପାଲଟିଛି ।