ଭୁବନେଶ୍ୱର(ଏଟିଆର ବ୍ୟୁରୋ): କୃଷିରେ ଉନ୍ନତି କରିବା ପାଇଁ ରାଜ୍ୟ ସରକାର ବହୁ ଯୋଜନା କରୁଛନ୍ତି । ହେଲେ ଯୋଜନା ଗୁଡିକ ଠିକ ଭାବରେ କୃଷକ ମାନଙ୍କ ପାଖରେ ପହଞ୍ଚିପାରୁ ନଥିବାରୁ କୃଷକ ମାନେ ଆତ୍ମହତ୍ୟା କରୁଛନ୍ତି । ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ବିଭାଗକୁ କିଛି ଦିନ ତଳେ ୫ଟି ଅଧିନକୁ ଆଣିଥିଲେ । ୫ଟି ଅଧିନରେ କୃଷି ବିଭାଗ ଆସିବା ପରେ କୃଷି ଓ କୃଷକ ମାନଙ୍କର କିଭଳି ଉନ୍ନତି ହେବ ତାହାକୁ ନେଇ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । କୃଷକ ମାନଙ୍କର ଉନ୍ନତି ପାଇଁ ସରକାର ୨୦୨୦କୁ ଟାର୍ଗେଟ କରିଛନ୍ତି ।
୫ ବର୍ଷ ମଧ୍ୟରେ ପାଖାପାଖି ୭୮ ହଜାର ଚାଷୀଙ୍କ ଆୟ ଦୁଇ ଗୁଣ କରିବା ପାଇଁ ସରକାର ଲକ୍ଷ୍ୟ କରିଛନ୍ତି । କୃଷି ବିଭାଗର ସବୁ ଯୋଜନା ମୋବାଇଲ ଆପରେ ଜାନୁଆରୀ ପହିଲା ସୁଦ୍ଧା ଉପଲବ୍ଧ ହେବ । ଅପ୍ରିଲ ୨୦୨୦ ସୁଦ୍ଧା ପ୍ରସ୍ତୁତ ହେବ ଚାଷୀଙ୍କ ଡାଟା ବେସ୍ । ଏହି ଡାଟା ବେସ୍ରେ ଭାଗଚାଷୀ ଓ ଭୂମିହୀନ ଚାଷୀ ମାନେ ମଧ୍ୟ ସ୍ଥାନ ପାଇବେ । ଏହି ଡାଟା ବେସ୍ କାଳିଆ ଡାଟା ସହ ଖାଦ୍ୟ ସୁରକ୍ଷା, ଓ ବିଜୁ ସ୍ଵାସ୍ଥ୍ୟ ଯୋଜନା ସମ୍ମିଳିତ ଡାଟା ବେସ୍ ପ୍ରସ୍ତୁତ ହେବ।
ଏହା ସହ ମୋ ସରକାର କର୍ମଶାଳାରେ ଯଦି କୌଣସି ଅଧିକାରୀ ଅନୁପସ୍ଥିତି ରୁହନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯଇବ । ଏ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ଏକ କର୍ମଶାଳାରେ ସୂଚନା ଦେଇଛନ୍ତି ।