ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁଣି ଥରେ ପାରଦ ଛୁଇଁଲା ୪୦ଡିଗ୍ରୀ ସେଲସିୟସ । ରାଜଧାନୀ ଭୁବନେଶ୍ୱର ଓ ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଅନ୍ୟ ୫ ଟି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଟପିଛି ।ଆସନ୍ତା ୪ ଓ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଜାରି ରହିବ ବୋଲି ପାଣିପାଗ ବିଭାଗ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ସ୍ୱାଭବିକଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିବ ।
ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନଥିବାରୁ ଆସନ୍ତା ୪ ରୁ ୫ ଦିନରେ ରାଜ୍ୟର ତାପମାତ୍ରା ପ୍ରାୟ ୨ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ଫଳରେ ପୁଣି ଥରେ ମାର୍ଚ୍ଚ ଶେଷ ଆଡକୁ ରାଜ୍ୟର ତାପମାତ୍ରା ୪୧ ରୁ ୪୨ ଡିଗ୍ରୀ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଉପକୂଳ ଓଡିଶାରେ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଗରମ ପ୍ରକୋପ ଅଧିକ ରହିଥିବାରୁ ଖରାର ପ୍ରକୋପ ଓ ଗରମ ସହ ତତଲା ପବନ ବି ବୋହୁଥିଲା ।
ରାଜ୍ୟରେ ଗରମ ପ୍ରକୋପ ବଢୁଥିବା ବେଳେ ଭୁବନେଶ୍ୱର ଓ ବାରିପଦା ପରେ ଅନୁଗୁଳ ତାପମାତ୍ରା ଅନୁଗୁଳ ୩୯.୭ ଡିଗ୍ରୀ, କଟକ ୩୯.୬, ମାଲକାନଗିରି ୩୯, ନୟାଗଡ଼ ୩୯, ତାଳଚେର ୩୮.୮, ଟିଟିଲାଗଡ଼ ୩୮.୫, ବଲାଙ୍ଗିର ୩୮.୫, ବଲାଙ୍ଗିର ୩୮.୪, ସୋନପୁର ୩୮.୨, ବାଲେଶ୍ୱର ୩୭.୭, ଝାରସୁଗୁଡ଼ା ୩୭.୨, ସମ୍ବଲପୁର ୩୭.୮, ହୀରାକୁଦ ୩୭.୧, ଭବାନୀପାଟଣା ୩୭.୬ ଡିଗ୍ରୀ ସେଲସିୟସ୍ ଥିଲା ।