ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ତାତି ବଢିବ । ବର୍ତ୍ତମାନ ତୁଳନାରେ ଆସନ୍ତା କିଛି ଦିନ ହେବ ପାରଦ ୩-୪ ଡିଗ୍ରୀ ବଢିପାରେ । ଉତ୍ତର ଉପକୂଳରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଅନ୍ୟପଟେ ୱେଷ୍ଟର୍ଣ୍ଣ ଡିଷ୍ଟବାନ୍ସ ପାଇଁ ରାଜ୍ୟରେ ୧୧ ଟି ଜିଲ୍ଲାରେ ଘୂର୍ଣ୍ଣିଝଡ ଓ ବଜ୍ରପାତ ଜନିତ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ,ମୟୁରଭଞ୍ଜ,କେନ୍ଦୁଝର,ବାଲେଶ୍ୱର,ଯାଜପୁର,ଭଦ୍ରକ,ଅନୁଗୁଳ,ଢେଙ୍କାନାଳ,କେନ୍ଦ୍ରାପଡା,ଓ ଜଗତସିଂହପୁର ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି ।
ଗତକାଲି ମାଲକାନଗିରିରେ ତାପମାତ୍ରା ୩୮ଡିଗ୍ରୀ ଥିଲା । ବାକି ସବୁଠି ପାରଦ ୩୭ ଡିଗ୍ରୀରୁ କମ୍ ଥିଲା । ସୁନ୍ଦରଗଡ ରେ ୩୬ଡିଗ୍ରୀ,ବଲାଙ୍ଗିର ରେ ୩୬ ଡିଗ୍ରୀ, ଟିଟିଲାଗଡ ରେ ୩୬ଡିଗ୍ରୀ, ଫୁଲବାଣୀ ରେ ୩୬ ଡିଗ୍ରୀ ଓ ଫୁଲବାଣୀ ରେ ୩୬ ଡିଗ୍ରୀ ଓ ଭୁବନେଶ୍ୱର ରେ ତାପମାତ୍ରା ୩୫.୨ ଡିଗ୍ରୀ ଥିଲା ।
ଏହା ସହ ପୁରୀ,ଖୋର୍ଦ୍ଧ,ଗଞ୍ଜାମ,ଝାରସୁଗୁଡା,ସମ୍ବଲପୁର,ବରଗଡ,ଏବଂ ଦେଓଗଡରେ କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ଟିଟିଲାଗଡ ରେ ଲଗାତାର ଦୁଇ ଦିନ ହେବ ରାଜ୍ୟର ଉତ୍ତପ୍ତ ସହର ଭାବରେ ତାପମାତ୍ରା ୩୮ଡିଗ୍ରୀ ଉପରେ ରହିଛି ।