ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢେଇ କରୁଥିବା ବେଳେ ଏପଟେ ଖରା ଚିନ୍ତା ବଢାଉଛି । ଗତକାଲି ଠାରୁ ସାରା ରାଜ୍ୟ ଖରାରେ ଭାଜି ହେଉଛି ଓଡିଶା । ଉପକୂଳ ଓଡିଶାରେ ଟିକେ ରକ୍ଷା ରକ୍ଷଣ ହୋଇଥିବା ବେଳେ ପଶ୍ଚିମ ଓଡିଶା ତାତିରେ ସିଝୁଛି । ବଲାଙ୍ଗୀର ଟିଟିଲାଗଡରେ ତାପମାତ୍ର ସର୍ବାଧିକ ତାପମାତ୍ରା ୪୧ . ୫ ରେକର୍ଡ କରାଯାଇଛି ।
୧୨ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ପାଣିପାଗ ଯାହା ଅନୁମାନ କରିଛି ଆସନ୍ତା ୨ ରୁ ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶା ଓ ଆଭ୍ୟନ୍ତରିଣ ଓଡିଶାରେ ଏହିଭଳି ତାମାତ୍ରା ଲାଗି ରହିବ । ଆଜି ମଧ୍ୟ ପାଗ ଏହିଭଳି ରହିବ । ସକା ଆଠଟା ବେଳରୁ ରାଜଧାନୀରେ ଖରା ତାର ପ୍ରକୋପ ଦେଖାଇଲାଣି । ଏବେ ଚାରିଆଡେ ଲକ ଡାଉନ ରହିଥିବାରୁ ଲୋକେ ଟିକେ ଆସ୍ୱସ୍ତ ରହିଛନ୍ତି ।