ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ୪ ଦିନ ହେଲା ରାଜ୍ୟରେ ଅପରାହ୍ନ ହେଲେ କାଳ ବୈଶାଖୀ ତାଣ୍ଡବ ଦେଖାଉଛି । ତେବେ ଏହି ତାଣ୍ଡବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କାଳ ବୈଶାଖୀ ଲାଗି ରହିବ । ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘଡଘଡି ସହିତ ବର୍ଷା ହେବାର ପୂର୍ବାନୂମାନ କରାଯାଇଛି । ଏହି ସମୟରେ ଘଡଘଡି ସହିତ କୁଆ ପଥର ମଧ୍ୟ ବୃଷ୍ଟି ହେବ । ତେବେ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଗତକାଲି ରାଜ୍ୟରେ ଯେଉଁଭଳି ଭାବେ ବର୍ଷା ହୋଇଥିଲା ତାହା ଆଜି ହେବ ନାହିଁ ।
ଆଜି କାଳ ବୈଶାଖୀ ସାମାନ୍ୟ କମ ରହିପାରେ । ତେବେ ପୁଣି ଆସନ୍ତା ୨୪ ତାରିଖ ଠାରୁ ପୁଣି କାଳ ବୈଶାଖୀ ବଢିବ । ଯାହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେବେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ କାଳ ବୈଶାଖୀ ବର୍ଷା ହେବ । ତେବେ ଏହି ସମୟ ମଧ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ସେହିଭଳି ରାଝଧାନୀ କଥା ଯଦି ଦେଖିବା ଭୁବନେଶ୍ୱରରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଭୁବନେଶ୍ୱରରେ କାଳ ବୈଶାଖୀ ହେବ । ତେବେ ଏନେଇ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।