ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜରେ ଗତ ସପ୍ତାହେ ହେଲା କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଛି । ପ୍ରତିଦିନ ଅପରାହ୍ନରେ ରାଜ୍ୟର କେତେ ଜିଲ୍ଲାରେ ଘଡଘଡି ସହିତ ପ୍ରବଳ ବର୍ଷା ହେଉଛି । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଏମିତି କି ସମୟରେ ଗୋଟିଏ ୨ ଟି ସ୍ଥାନରେ କୁଆ ପଥର ବର୍ଷା ହୋଇପାରେ । ଏମିତିକି ଘଣ୍ଟା ପ୍ରତି ୪୦ ରୁ ୫ କିଲୋମିଟର ବେଗରେ ପବନ ବହିପାରେ ।
ଏଥିପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ଏଥିପାଇଁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ୨ ରୁ ୩ ଟି ଜିଲ୍ଲାକୁ ଛାଡି ଦେଲେ ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବ ଅର୍ଥାତ ତାପମାତ୍ରା କମ ରହିବ ।