ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢେଇ କରୁଥିବା ବେଳେ ଏପଟେ ଖରା ଚିନ୍ତା ବଢାଉଛି । ଗତକାଲି ଠାରୁ ସାରା ରାଜ୍ୟ ଖରାରେ ଭାଜି ହେଉଛି ଓଡିଶା । ଉପକୂଳ ଓଡିଶାରେ ଟିକେ ରକ୍ଷା ରକ୍ଷଣ ହୋଇଥିବା ବେଳେ ପଶ୍ଚିମ ଓଡିଶା ତାତିରେ ସିଝୁଛି । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । ଗତକାଲି ତଥ୍ୟ ଅନୁସାରେ ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।
ସେହିଭଳି ଅନୁଗୁଳ ବଲାଙ୍ଗୀର , ଅନୁଗୁଳ ,ଟିଟିଲାଗଡରେ ତାପମାତ୍ରା ସର୍ବାଧିକ ରହୁଛି । ତେବେ ଆଜି ରାଜ୍ୟର ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।