ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅସମ୍ଭାଳ ତାତିରୁ ମିଳିବ ଆଶ୍ୱସ୍ତି । ଦାନା ବାନ୍ଧୁଛି ଲଘୁଚାପ । ମେ ୪ ତାରିଖରୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ୫ ତାରିଖ ବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ।
ରାଜ୍ୟରେ ଏବେ ଅସମ୍ଭାଳ ତାତି ଜାରି ରହିଛି । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ଦିନ ୯ଟା ପରେ ଘରୁ ବାହାରକୁ ବାହାରିବା ଅସମ୍ଭବ । କଲବଲ ହେଉଛନ୍ତି ରାଜ୍ୟବାସୀ । ଶୁକ୍ରବାର ଦିନ ରାଜ୍ୟରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯିବା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।