ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ବଢିବାରେ ଲାଗିଛି ତାତି ।ଆଜି ମଧ୍ୟ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ । ଆଉ ଡହଡହ ଖରାରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜଧାନୀବାସୀ ।ଗତ କିଛି ଦିନ ହେଲା ୪୦ ଡିଗ୍ରୀ ପାଖାପାଖି ରହୁଥିବା ରାଜଧାନୀର ତାତି ସବୁ ରେକର୍ଡ ଭାଙ୍ଗି ୪୫ ଡିଗ୍ରୀ ନିକଟତର ହୋଇଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ଆଜି ଦିନ ୪ ଟା ନର୍ଯ୍ୟନ୍ତ ଖରାକୁ ନ ବାହାରିବା ପାଇଁ ୨୧ ଟି ଜିଲ୍ଲାକୁ ହିଟୱେଭ ଏସ୍ଆରସିଙ୍କ ପକ୍ଷରୁ ସତର୍କତା ଜାରି କରିଯାଇଛି । କାଲିଭଳି ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଖରା ହେବ ବୋଲି ସୂଚନା ରହିଛି । ଗତକାଲି ରାଜଧାନୀରେ ତାତି ମାର୍ଚ୍ଚ ମାସ ସର୍ବଜାଳୀନ ରେକର୍ଡ ୪୪.୨ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ଗତକାଲି ୪୧ଡିଗ୍ରୀ ଉପରେ ରାଜ୍ୟର ୧୩ ଟି ସହରର ତାପମାତ୍ରା ରହିଥିଲା । ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭାବେ ୫ ଟି ସହର ମଧ୍ୟରେ ଓଡିଶାର ୩ ଟି ସହର ରହିଥିଲା । ତେବେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିଲା ଭୁବନେଶ୍ୱର । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ପ୍ରଚଣ୍ଡ ଖରାରୁ ତ୍ରାହି ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯିବା ସହ ପାରଦ ୪୫ଡିଗ୍ରୀ ଟପିପାରେ ବୋଲି ଅନୁମାନ କରାଯାଉଛି ।
ରାଜଧାନୀରେ ହଠାତ ତାତି ବଢିବା ନେଇ ପାଣିପାଗ ବିଭାଗ କତ୍ତୃପକ୍ଷ ଶରତ ଚନ୍ଦ୍ର କହିଛନ୍ତି,ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଥିବା କାରଣରୁ ଏବେ ସ୍ଥଳ ଭାଗରୁ ପବନ ସମୁଦ୍ର ମଧ୍ୟକୁ ଡାଣି ହେଉଛି । ଫଳରେ ଉପକୂଳ ଓଡିଶାରେ ପ୍ରବଳ ଖରା ହେଉଛି ।