ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ପାଗ କୋହଲା ରହିବା ସହ ଘନ କୁହୁଡିର ଆସ୍ତର ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଘନକୁହୁଡିର ଆସ୍ତର ଦେଖିବାକୁ ମିଳିଥିଲା । ଓଡିଶାରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିଲେ ମଧ୍ୟ କେତେକ ସ୍ଥାନରେ ଘନ କୁହୁଡି ହୋଇପାରେ । ତେବେ ମାର୍ଚ୍ଚ ୨ରୁ ରାଜ୍ୟର କେତକ ଜିଲ୍ଲାରେ ପାଗ ପରିବର୍ତ୍ତନ ହେବା ସହ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣି ପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
ମାର୍ଚ୍ଚ ୨ ଅପରାହ୍ନ ଠାରୁ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଜିଲ୍ଲାରେ କିଛି କିଛି ସ୍ଥାନରେ ବର୍ଷା ହେବା ସହ ତାପମାତ୍ରାରେ ୧ରୁ ୨ଡିଗ୍ରୀ ପରିବର୍ତ୍ତନ ହୋଇପାରେ । ଅନ୍ୟପଟେ ଗତକାଲି ପୁଣି ଦିନରେ ତାପମାତ୍ରା ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ରେକର୍ଡ କରାଯାଇଛି । ମାଲକାନଗିରିରେ ତାପମାତ୍ରା ୩୫ଡିଗ୍ରୀ ଛୁଇଥିବା ବେଳେ ପାରଳାଖେମୁଣ୍ଡି ଓ ଗୋପାଳପୁରରେ ୩୩.୧ଡିଗ୍ରୀ ଓ ରାୟଗଡରେ ୩୧ଡିଗ୍ରୀ ରେକର୍ଡ କରାଯାଇଛି । ଅଧିକାଶଂ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବା ବେଳେ ମାର୍ଚ୍ଚ ୫ତାରିଖ ଠାରୁ ତାପମାତ୍ରରେ ପରିବର୍ତ୍ତନ ହେବା ସହ ତାପମାତ୍ରା ମଧ୍ୟ ବୃଦ୍ଧି ପାଇପାରିବ ।