ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟର କାଳ ବୈଶାଖୀ ଯୋଗୁ ଲଗାତାର ଭାବେ ପ୍ରତିଦିନ ବର୍ଷା ହେବାରେ ଲାଗିିଛି । ଗତକାଳଇ ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷା ପବନ ହୋଇଥିଲେ । ତେବେ ଆଜି ମଧ୍ୟ ସମାନ ପରିସ୍ଥିତି ଦେଖାଯିବ । ଆଜି ମଧ୍ୟ କାଳବୈଶାଖୀ ବର୍ଷା ହେବ ବେଶଳି ଅନୁମାନ କରାଯାଉଛି ।
ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏମିତି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆକଳନ ଅନୁସାରେ ଆସନ୍ତା ୨୪ ଘଣ୍ଟା ମ୍ୟରେ ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବ ଲାଗି ରହିବ ।
ଏହି ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଉଛି । ଆଶଙ୍କାକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ଦିନବେଳା ତାପମାତ୍ରା ସମାନ୍ୟ କମିବ ବୋଲି ଅନୁମାନ କରାଯାଉଛି ।