ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲି ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀରେ ବର୍ଷା ହୋଇଛି । ତେବେ ଆଜି ମଧ୍ୟ ଉତ୍ତର ଓ ଉପକୂଳ ଓଡିଶାର କେତେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରା ବଢିବ । ଅର୍ଥାତ ପୁଣି ଗରମ ବଢିବ । ଆଜି କଥା ଯଦି କହିବା ଆଜି ଦିନ ବେଳା ତାପମାତ୍ରା ବଢିବ ଆଉ ସନ୍ଧ୍ୟାରେ କାଳବୈଶାଖୀ ହେବା ସମ୍ଭାବନା ରହିଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କୁଆ ପଥର ବର୍ଷା ହୋଇଛି ।