ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ଦୈନିକ ମାମଲା ବୃଦ୍ଧିକୁ ନେଇ ୱେିକେଣ୍ଡ ସଟଡାଉନ୍ ଘୋଷଣା କରାଯାଇଛି । ବର୍ତ୍ତର୍ମାନ ଯେହେତୁ ରାଜ୍ୟର ସହରାଞ୍ଚଳ ଗୁଡିକରେ ନାଇଟ କର୍ଫ୍ୟୁ ଜାରି ରହିଛି । ସେହିଅନୁଯାୟୀ ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ଜାରି ରହିବ ୱେିକେଣ୍ଡ ସଟଡାଉନ୍ । ଏହା ରାଜ୍ୟର ସମସ୍ତ ସହରାଞ୍ଚଳ ମାନଙ୍କରେ ଲାଗୁ ହେବ । ଏନେଇ କେହି ଦ୍ୱନ୍ଦରେ ନରହିବା ପାଇଁ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି, ସଟଡାଉନ ବେଳେ କଟକଣା କଡାକଡି ରହିବ । କେବଳ ଜରୁରୀକାଳୀନ ସେବା ଜାରି ରହିବ । ଶୁକ୍ରବାର ରାତି ୯ଟାରୁ ସଟଡାଉନ କଟକଣା ଆରମ୍ଭ ହୋଇ ସୋମବାର ସକାଳ ୫ଟା ଯାଏଁ ଜାରି ରହିବ । ଶନିବାର ଏବଂ ରବିବାର ଭୋର ୫ ଟାରୁ ୬ ଟା ଯେଉଁମାନେ ପ୍ରାତଃଭ୍ରମଣ, ସାଇକଲିଙ୍ଗ କରୁଛନ୍ତି ସେମାନଙ୍କ ପାଇଁ ଏକ ଘଣ୍ଟା କୋହଳ ରହିବ ।
ସେହିପରି ପଶ୍ଚିମବଙ୍ଗ ଫେରନ୍ତାଙ୍କ ନିକଟରେ ଯଦି ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବ ତେବେ ୧୪ ଦିନିଆ ହୋମ କ୍ୱାରେଣ୍ଟାଇନ । ଯଦି ଆରଟିପିସିଆର ରିପୋର୍ଟ ନଥିବ ତେବେ ୧୪ ଦିନିଆ ସରକାରୀ ପେଡ କ୍ୱାରେଣ୍ଟାଇନ୍ ରେ ରହିବା ବାଧ୍ୟତାମୂଳକ ବୋଲି ଏସଆରସି କହିଛନ୍ତି ।